ଗୃହରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଲା; ବିଲ୍ ଆଗତ ପାଇଁ ରୁଲିଂ ଦେଲେ ବାଚସ୍ପତି

Mar 15, 2023 - 08:07
 31
ଗୃହରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଲା; ବିଲ୍ ଆଗତ ପାଇଁ ରୁଲିଂ ଦେଲେ ବାଚସ୍ପତି
ଭୁବନେଶ୍ବର: ଗୃହରେ ବୁଧବାର ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ ଉଠିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସବୁ କମିଟି ରିପୋର୍ଟ ଦେଲା ପରେ ମଧ୍ୟ ସରକାର କ’ଣ ନିଷ୍ପତ୍ତି ନେଲେ ଜଣା ପଡୁନାହିଁ। ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ସେ ସମ୍ପର୍କରେ ବିଲ ଆଣନ୍ତୁ, ଚଲିବା କଷ୍ଟକର ହେଉଛି। ଗୃହରେ ସବୁ ସଦସ୍ୟଙ୍କ ଉଦବେଗ ପ୍ରକାଶ ପାଉଛି। ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ପାଇଁ କମିଟି ତାହାର ରିପୋର୍ଟ ଦେଇସାରିଛନ୍ତି। ରିପୋର୍ଟ ସଂସଦୀୟ ବ୍ୟାପର ବିଭାଗକୁ ପଠାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଉପସ୍ଥିତ ଅଛନ୍ତି। ସେ ଗୃହର ନେତାଙ୍କ ସହ ଆଲୋଚନା କରନ୍ତୁ, ଗୃହକୁ ବିଲ କେମିତି ଆସିବ ସମୟଚିତ ପଦକ୍ଷେପ ନିଅନ୍ତୁ। ନରସିଂହ ମିଶ୍ରଙ୍କୁ ସମର୍ଥନ କରିଛନ୍ତି ଅମର ଶତପଥୀ। ପୂର୍ବତନ ବିଧାୟକମାନେ ମଧ୍ୟ ଅସୁବିଧାରେ ଅଛନ୍ତି। ମୁଁ ରିପୋର୍ଟ ଦେଇ ସାରିଛି। ଦିଲ୍ଲୀର ବିଧାୟକ ମାନଙ୍କ ଦରମା ବୃଦ୍ଧି ହୋଇଛି। ଏହି ପ୍ରସଙ୍ଗକୁ ନେଇ ତାରା ବାହିନୀପତି ଓ ମୋହନ ମାଝୀ ଉଦବେଗ ପ୍ରକାଶ କରିଛନ୍ତି। ସେହିପରି ବିଧାୟକଙ୍କ ଦରମା ବଢିବା ବୃଦ୍ଧି ପ୍ରସଙ୍ଗ ସମ୍ପର୍କିତ ବିଲ ଗୃହରେ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ରୁଲିଂ ଦେଇଛନ୍ତି।