କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ଗୁରୁବାର ଶୁଣାଣି

Aug 20, 2018 - 14:51
 266
କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ଗୁରୁବାର ଶୁଣାଣି
କଟକ,୨୦ା୮(ସକାଳଖବର): କୁନ୍ଦୁଲି ଗଣଦୁଷ୍କର୍ମ ପ୍ରସଙ୍ଗରେ ରୁଜୁ ପୃଥକ ମାମଲାରେ ଆସନ୍ତା ଗୁରୁବାର ଦିନ ଏକତ୍ର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି । ଉକ୍ରଳ ଭାରତ ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ମହାମେଘବାହାନ ଐର ଖାରବେଳ ସ୍ୱାଇଁଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ, ପୀଡିତାଙ୍କ ଭାଇ ଭଗବାନ ଛାତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ନରେନ୍ଦ୍ର ହୁଡା ମାମଲା ପରିଚାଳନା କରୁଥିବାବେଳେ ଖୋର୍ଦ୍ଧା ଜିଲ୍ଲା କଲ୍ୟାଣପୁର ଅଞ୍ଚଳର ଅଚୁ୍ୟତାନନ୍ଦ ସ୍ୱାଇଁ, ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ଷ୍ଟେଟ୍ ପ୍ରୋଗ୍ରେସିଭ୍ ଓମେନ୍ସ୍ ଫୋରମର ଅଧ୍ୟକ୍ଷା ମମତା ସାମନ୍ତରାୟ, କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳର ନାରାୟଣ ଚନ୍ଦ୍ର ଜେନା, କୁନ୍ଦୁଲି ପୀଡିତାଙ୍କ ମା ଦାମାଇ ଛାତିଙ୍କ ପକ୍ଷରୁ ମାମଲା ଦାୟର ହୋଇଛି ।