କର୍ଣ୍ଣେଲ ରାକେଶ ରଣାଙ୍କ ଜାମିନ ପ୍ରସଙ୍ଗ

Aug 22, 2018 - 08:01
 184
କର୍ଣ୍ଣେଲ ରାକେଶ ରଣାଙ୍କ ଜାମିନ ପ୍ରସଙ୍ଗ
କଟକ,୨୧ା୮(ସକାଳଖବର): ଜମି ଦେବା ନାଁରେ ଠକେଇ କରି ଗିରଫ ହୋଇଥିବା ଅବସରପ୍ରାପ୍ତ ଲେଫନ୍ୟାଣ୍ଟ କର୍ଣ୍ଣେଲ ରାକେଶ ରଣାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା ଶେଷ ହୋଇଥିବାବେଳେ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା ଆରମ୍ଭ ହୋଇଛି । ତେବେ ଆଜି ଯୁକ୍ତି ଉପସ୍ଥାପନା ଅସମାପ୍ତ ରହିବାରୁ ଆସନ୍ତା ୨୩ତାରିଖରେ ପରବର୍ତ୍ତୀ ଉପସ୍ଥାପନା ପାଇଁ ଧାର୍ଯ୍ୟ ହୋଇଛି ।