କଂଗ୍ରେସ ପ୍ରାର୍ଥୀଙ୍କ ଗାଡିରୁ ୧ ଲକ୍ଷ ୯୫ ହଜାର ଟଙ୍କା ଜବତ

Mar 30, 2019 - 18:41
 181
କେନ୍ଦୁଝର, ୩୦/୩(ସକାଳଖବର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମସ୍ତ ରାଜନୈତିକ ଦଳ ସହ ପ୍ରାର୍ଥୀମାନଙ୍କ ମଧ୍ୟରେ ତପôରତା ପ୍ରକାଶ ପାଇଛି । ଅନୁରୁପ ଭାବେ ନିର୍ବାଚନକୁ ନିର୍ମଳ ସ୍ୱଚ୍ଛ ଓ ଅବାଧ କରିବା ଉଦେ୍ଧଶ୍ୟରେ ବିଭିନ୍ନ ଜିଲ୍ଲାରେ ନିୟୋଜିତ ଅବଜରଭର ଓ ପୋଲିସ ପ୍ରଶାସନ ବେଶ୍ ସକ୍ରିୟ ହୋଇ ଉଠିଛନ୍ତି । ଫଳରେ ଇତି ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସନେ୍ଦହଜନକ ଭାବେ ନିଆଯାଉଥିବା କିମ୍ବା ଯାଉଥିବା ବିପୁଳ ପରିମାଣର ଟଙ୍କା ଗାଡି ମାନଙ୍କରୁ ଜବତ ହେଉଥିବା ବେଳେ ଶନିବାର ମଧ୍ୟାହ୍ନରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଯଦୁମଣି ବାରିକଙ୍କ କାର୍ ରୁ ୧ ଲକ୍ଷ ୯୫ ହଜାର ଟଙ୍କା ଜବତ ହୋଇଛି । ଟଙ୍କା ଜବତ ହୋଇଥିବା ଗାଡିର ନମ୍ବର ଓଡି ୦୨ ଏ ବି ୭୧୮୨ ହୋଇଥିବା ବେଳେ ତାହା ଯଦୁମଣିଙ୍କ ହୋଇଥିବା ଜଣାପଡିଛି । ଚମ୍ପୁଆ ପୋଲିସ କାର୍ କୁ ଅଟକାଇ ଚେକିଂ କରୁଥିବା ବେଳେ ଶଙ୍କରପୁର ନିକଟରେ ଯଦୁମଣିଙ୍କ ଗାଡିରୁ ଏହି ଟଙ୍କା ଜବତ ହୋଇଛି । ଯଦୁମଣି ନିଜ ଗାଡିରେ ଟଙ୍କା ସହ ଚମ୍ପୁଆ ଆସୁଥିଲେ ବୋଲି କହିଛନ୍ତି । କିନ୍ତୁ ସେ କାହିଁକି ଓ କେଉଁ ଉଦେ୍ଧଶ୍ୟରେ ଏତେ ପରିମାଣର ଟଙ୍କା ନିଜ ସହ ନେଇ ଯାଉଥିଲେ ସେ ସଂପର୍କରେ କୋ÷÷ଣସି ସନ୍ତୋଷଜନକ ଉତର ଦେଇ ପାରି ନଥିଲେ । ଏ ସମ୍ପର୍କରେ ଚମ୍ପୁଆ ଥାନାରେ ଏକ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଘଷିପୁରା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ କୁଶପୁତଳିକା ଓ ଫଟୋ ଦାହ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ହୋଇ ଯଦୁମଣି ବିବାଦ ଘେରକୁ ଆସିଥିଲେ ।