ବୁଧବାର କେରଳରୁ ଆସୁଥିବା ସ୍ୱତନ୍ତ୍ର ଟ୍ରେନ୍‌ ଭୁବନେଶ୍ୱରରେ ପହଞ୍ଚିବ: କେରଳ ବନ୍ୟା

Aug 20, 2018 - 18:12
 198
ବୁଧବାର  କେରଳରୁ ଆସୁଥିବା  ସ୍ୱତନ୍ତ୍ର ଟ୍ରେନ୍‌ ଭୁବନେଶ୍ୱରରେ ପହଞ୍ଚିବ: କେରଳ ବନ୍ୟା
ଭୁବନେଶ୍ୱର, ୨୦/୮ (ସକାଳଖବର): କେରଳ ବନ୍ୟାରେ ଫସିଥିବା ଓଡ଼ିଆ ଲୋକମାନଙ୍କୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଓଡ଼ିଶା ଅଣାଯାଉଛି । ଆଜି ଦିନ ୧୧ଟା ୪୫ରେ କୁଚୁଭେଲିରୁ ଏହି ସ୍ୱତନ୍ତ୍ର ଟ୍ରେନ ଆସୁଛି । ରାତି ୮ଟା ୩୫ ମି.ରେ ବିଶାଖାପାଟଣାରେ ପହଂଚିବ ଏବଂ ପରଦିନ ସକାଳେ ୩ ଟା ୪୫ ମିନିଟରେ ଭୁବନେଶ୍ୱରରେ ପହଂଚିବ । ଏହା ବ୍ୟତୀତ ଆଉ ଦୁଇଟି ଟ୍ରେନ ମଧ୍ୟ କେରଳରୁ ଆସିବ । ଏଥିରେ ଓଡ଼ିଶା ଏବଂ ଆନ୍ଧ୍ର ରାଜ୍ୟର ଲୋକମାନେ ଆସିବେ । କେରଳ ବନ୍ୟାରେ ଫସିଥିବା ୧୩୧ ଓଡ଼ିଆ ଲୋକଙ୍କର ଆଉଏକ ତାଲିକା ସହ ଫୋନ ନମ୍ବର କେରଳର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ପଠାଯାଇଛି । ସେମାନଙ୍କୁ ସହାୟତା କରିବା ପାଇଁ ଅନୁରୋଧ ମଧ୍ୟ କରାଯାଇଛି ବୋଲି ଓଡ଼ିଶା ଏସ.ଆର.ସି ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, କେରଳର ବନ୍ୟା ବିପନ୍ନଙ୍କୁ ୫ ଶହ ମେଟି୍ରକ୍ ଟନ୍ ପଲିଥିନ୍ ପଠାଯିବ । ଏହା ଓଡ଼ିଶାର ଧାନମଣ୍ଡଳ ଷ୍ଟେସନରୁ ପଠାଯିବ ।