ଓଡ଼ିଶାରେ ପ୍ରଥମ ଥର ସ୍ମାର୍ଟ ଓଡ଼ିଶା ହାକାଥନ୍

Aug 7, 2018 - 18:18
 206
ଭୁବନେଶ୍ୱର, ୭/୮ (ସକାଳଖବର): ଓଡ଼ିଶାରେ ପ୍ରଥମ ଥର ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବି.ପି.ୟୁ.ଟି ଆନୁକୂଲ୍ୟରେ ବୃତିଗତ ଓ ବୈଷୟିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ "ସ୍ମାର୍ଟ ଓଡ଼ିଶା ହାକାଥନ୍' ପ୍ରତିଯୋଗିତା ଅନୁଷ୍ଠିତ ହେବ । ମେକ୍ ଇନ୍ ଓଡ଼ିଶା- ୨୦୧୮ ଅବସରରେ ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଏହି "ସ୍ମାର୍ଟ ହାକାଥନ୍'ର ଆୟୋଜନ କରାଯିବ । "ସ୍ମାର୍ଟ ଓଡ଼ିଶା ହାକାଥନ୍'ର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ସାଧାରଣ ଜୀବନରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟ ଅପ୍ ଦିଗକୁ ଆକର୍ଷିତ କରିବା, ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଓ ଔଦ୍ୟୋଗିକ ମନୋଭାବ ସୃଷ୍ଟି କରିବା । ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରି·ଳନା, ସହରାଂଚଳ ବିକାଶ, ପରିବେଶ, ଦକ୍ଷତା ବିକାଶ ଓ ଉଦ୍ୟୋଗ ପରି·ଳନା, କୃଷି, ଶିଳ୍ପାୟନ ଉପରେ ଏହି ସ୍ମାର୍ଟ ଓଡ଼ିଶା ହାକାଥନ୍ ଅନୁଷ୍ଠିତ ହେବ । ଏହି ହାକାଥନ୍ରେ ଓଡ଼ିଶାର ୯୭ଟି ଇଂଜିନିୟରିଂ କଲେଜ ଓ ୫୦ରୁ ଊଦ୍ଧ୍ୱର୍ ଏମ୍.ବି.ଏ, ଏମ୍.ସି.ଏ ଓ ଫାର୍ମାସି କଲେଜର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ । "ସ୍ମାର୍ଟ ହାକାଥନ୍' ୩୬ ଘଂଟା ଧରି ଅନୁଷ୍ଠିତ ହେବ । ଏହି "ସ୍ମାର୍ଟ ଓଡ଼ିଶା ହାକାଥନ୍'ର ସଫଳ ପ୍ରତିଯୋଗୀମାନଙ୍କୁ ଉଚ୍ଚ ଅର୍ଥରାଶିର ପୁରସ୍କାର ପ୍ରଦାନ କରାଯିବା ସହିତ ସେମାନଙ୍କୁ ରାଜ୍ୟ ସରକାର ଓ ସ୍ଥାନୀୟ ଉଦ୍ୟୋଗମାନଙ୍କର ବିଭିନ୍ନ ପ୍ରକଳ୍ପ ଡେଭଲପ୍ କରିବା ଦିଗରେ ସୁଯୋଗ ଦିଆଯିବା ସଙ୍ଗେସଙ୍ଗେ ପ୍ରୋତ୍ସାହନ ପ୍ରଦାନ କରାଯିବ । ଏହି ବୈଠକରେ ଉତରାଂଚଳ ରାଜସ୍ୱ କମିଶନର ତଥା ବି.ପି.ୟୁ.ଟି କୁଳପତି ଡି.ଭି. ସ୍ୱାମୀ, ବିଭାଗୀୟ ଯୁଗ୍ମ ସଚିବ ଅଜୟ ନାୟକ, ସୁଦର୍ଶନ ପଣ୍ଡା, ଡ. ପାର୍ଥ ସରକାର(ବି.ପି.ୟୁ.ଟି ନିଦେ୍ର୍ଧଶକ କରିକୁଲମ୍ ଡେଭଲପମେଂଟ) ସିଇଟି, ସି.ଭି ରମଣ, ସିଲିକନ୍ କଲେଜର ଅଧ୍ୟକ୍ଷଙ୍କ ସହିତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।