ଓଆରଏଚଡିସି ଦୁର୍ନୀତି: ଅଭିଯୁକ୍ତଙ୍କ ଆବେଦନ ଖାରଜ କଲେ

Aug 7, 2018 - 18:07
 178
ଓଆରଏଚଡିସି ଦୁର୍ନୀତି: ଅଭିଯୁକ୍ତଙ୍କ ଆବେଦନ ଖାରଜ କଲେ
କଟକ,୭ା୮(ସକାଳଖବର): ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଆଇଏଏସ ବିନୋଦ କୁମାରଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ନିମ୍ନ ଅଦାଲତ ଜାରି କରିଥିବା ଏନବିଡବ୍ଲୁ୍ୟ ପ୍ରସଙ୍ଗରେ ରିକଲ ପିଟିସନ ଉପରେ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଖାରଜ କରିଛନ୍ତି । ଆଜି ଏ ସଂପର୍କିତ ସମସ୍ତ ଆବେଦନ ଉପରେ ଚୂଡାନ୍ତ ଶୁଣାଣି ହୋଇଥିଲା । ଏନ୍ବିଡବ୍ଲୁ୍ୟ ରିକଲ୍ ପ୍ରସଙ୍ଗରେ କୌଣସି ନିଦେ୍ର୍ଧଶ ଜାରି କରିବାକୁ ଖଣ୍ଡପୀଠ ମନା କରିଛନ୍ତି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ବିଚାରାଧୀନ ମାମଲାରେ ଆବେଦନକାରୀ ପୂର୍ବରୁ ଜାମିନରେ ଥିବା ବେଳେ ଏହି ନିଦେ୍ର୍ଧଶ ବଳବତ୍ତର ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ କରାଯାଇଥିବା ଆବେଦନକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଛନ୍ତି ।