ଏମିତି ବି ମୃତୁ୍ୟ ଆସେ, ଡକାଡକି ହୋଇ ଚାଲିଗଲେ ବାପା ଓ ଝିଅ

Mar 14, 2022 - 05:47
 68
ଏମିତି ବି ମୃତୁ୍ୟ ଆସେ, ଡକାଡକି ହୋଇ ଚାଲିଗଲେ ବାପା ଓ ଝିଅ
ଅନୁଗୁଳ: ମୃତୁ୍ୟ କାହାକୁ କେତେବେଳେ ଅପେକ୍ଷା କରିଥାଏ, ତାହା କହିହେବ ନାହିଁ । ମୃତୁ୍ୟ ଦେଖେନି ବୟସ । ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ଝିଅଙ୍କ ମୃତୁ୍ୟ ହୋଇଛି । ବାପା ଝିଅ ବାଇକରେ ଯାଉଥିବା ସମୟରେ ଖମାର ଥାନା କଲଣ୍ଡା ଠାରେ ସାମ୍ନାରୁ ଏକ ଟ୍ରକ୍ ଆସି ବାଇକକୁ ଧକ୍କା ଦେଇଥିଲା । ଶକ୍ତ ଧକ୍କା ଦେବାରୁ ବାପା ଓ ଝିଅଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା । ଏହାପରେ ସ୍ଥାନୀୟ ଲୋକ ଦୁର୍ଘଟଣାସ୍ଥଳରେ ଧକ୍କା ଦେଇଥିବା ଟ୍ରକ ଡ୍ରାଇଭରକୁ ନିସ୍ତୁକ ମାଡ ମାରିଛନ୍ତି । ଲୋକଙ୍କ ମାଡରେ ଡ୍ରାଇଭର ଜଣଙ୍କ ଚଗୁରୁତର ଆହତ ହୋଇଥିବାରୁ ତାକୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ମୃତ ବାପା ହେଉଛନ୍ତି ସୁନିଲ କୁମାର ସାହୁ ଓ ଝିଅ ଛନ୍ଦିତା ସାହୁ । ଛନ୍ଦିତା ଅଙ୍ଗନୱାଡିରେ କାମ କରନ୍ତି । ଉଭୟ ବାପା ଝିଅ ଆଜି ଖମାରରୁ ବାଇକ୍ ଯୋଗେ ଆସୁଥିବାବେଳେ କଲଣ୍ଡାଠାରେ ଟ୍ରକ୍ ଧକ୍କା ଦେଇଥିଲା ।