ଭୁଶୁଡ଼ିଲା ଭାର୍ଗବୀ ନଦୀବନ୍ଧ

Sep 15, 2023 - 04:44
 56
ଭୁଶୁଡ଼ିଲା ଭାର୍ଗବୀ ନଦୀବନ୍ଧ
ପିପିଲି : ଭୁଶୁଡ଼ିଲା ଭାର୍ଗବୀ ନଦୀବନ୍ଧ । ପୁରୀ ଜିଲ୍ଲା ପିପିଲି ବ୍ଲକ ରଥପୁରୁଷୋତମପୁର ବାଲିଗାଁ ନଦୀବନ୍ଧରେ ପ୍ରାୟ ୪ଶହ ମିଟର ଲମ୍ବର ଫାଟ ସୃଷ୍ଟି ହେଇଛି । ସବୁଠାରୁ ବଡ଼ କଥା ହେଉଛି ଗତ ଡିସେମ୍ବରରେ ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ୫୦ ଲକ୍ଷ ଟଙ୍କା ବ୍ୟୟରେ ନଦୀବନ୍ଧରେ ପଥର ପାକିଂ କରିଥିଲେ । ଠିକାଦାର ନଦୀ ପଠାରୁ ଜେସିବିରେ ମାଟି ତାଡ଼ି ନିମ୍ନମାନର କାମ କରୁଥିବା ସେହି ସମୟରେ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ । ସହକାରୀ ଯନ୍ତ୍ରୀଙ୍କ ବେପରୁଆ ମନୋଭାବ ଓ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ ନକରିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଯଦି ନଦୀବନ୍ଧ ଭାଙ୍ଗେ ତେବେ ପିପିଲି ବ୍ଲକର ୩ଟି ପଞ୍ଚାୟତ ଏବଂ ସତ୍ୟବାଦୀ ବ୍ଲକ ଅଂଚଳ ଜଳମଗ୍ନ ହେବ । ଠିକାଦାର ଓ ଯନ୍ତ୍ରୀଙ୍କ ଉପରେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ନଦୀବନ୍ଧର ଏଭଳି ଅବସ୍ଥା ଦେଖି ୨୪ ନମ୍ବର ଜୋନର ଜିଲ୍ଲା ପରିଷଦ ଧରଣୀ ଧର ସାହୁ ଜଳ ସେଚନ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।