ଏନ୍ଟିପିସି ବରିଷ୍ଠ ତୀରନ୍ଦାଜ ପ୍ରତିଯୋଗୀତା ଆରମ୍ଭ

Mar 14, 2019 - 14:30
 140
ଏନ୍ଟିପିସି ବରିଷ୍ଠ ତୀରନ୍ଦାଜ ପ୍ରତିଯୋଗୀତା ଆରମ୍ଭ
କଟକ, ୧୨/୩: (ସକାଳଖବର) ଷ୍ଟାଡ଼ିୟମରେ ଏନ୍ଟିପିସି ବରିଷ୍ଠ ତୀରନ୍ଦାଜ ପ୍ରତିଯୋଗୀତା ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗୀତାରେ ୨୦୦ ପ୍ରତିଯୋଗୀ ଯୋଗ ଦେଇଛନ୍ତି ଏବଂ ପ୍ରତିଯୋଗୀତା ଆଗାମୀ ୧୭ ତାରିଖରେ ଉଦ୍ୟାପିତ ହେବ । ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ଶ୍ରୀ ବେହେରା କହିଥିଲେ ଯେ, ଏନ୍ଟିପିସି ସହଯୋଗ ଦ୍ୱାରା ଏହି କ୍ରୀଡ଼ାର ଲୋକପ୍ରିୟତା ବୃଦ୍ଧି ପାଉଛି । ଏହି ତୀରନ୍ଦାଜ ପ୍ରତିଯୋଗୀ ଦେଶର ଗର୍ବ ଅଟନ୍ତି । ଏମାନେ ବିଭିନ୍ନ ସମୟରେ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଯୋଗଦେଇ ଦେଶପାଇଁ ସମ୍ମାନ ଆଣିଥାନ୍ତି । ଏପ୍ରକାର ଏକ ପ୍ରତିଯୋଗିତାରେ ଯୋଗଦେଇ ସେ ଆନନ୍ଦିତ ବୋଲି କହିଛନ୍ତି । ତୀରନ୍ଦାଜ ମେଧା ପ୍ରତିପାଳନ ପାଇଁ ଏନଟିପିସି ୩ ବର୍ଷ ପାଇଁ ଭାରତୀୟ ତୀରନ୍ଦାଜ ସଂଘ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ବାରବାଟୀ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ପ୍ରତିଯୋଗିତାରେ ଅତନୁ ଦାସ, ଦୀପିକା କୁମାରୀ, ସୁକମଣି ବାବ୍ରେକର, ରଜତ ଚୌହାନ, ଆକାଶ ମଲ୍ଲିକ ପ୍ରମୁଖ ଖେଳାଳୀ ସାମିଲ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ବୋନସ୍ ଓ ପେନାଲଟି ପଏଣ୍ଟର ବ୍ୟବସ୍ଥା ରହିଛି । କାର୍ଯ୍ୟକ୍ରମରେ ଏନଟିପିସିର ବି.ବି.ତ୍ରିପାଠୀ ଓ ସେବାଷ୍ଟିଆନ ଜୋସେଫ ଉପସ୍ଥିତ ଥିଲେ ।