ଆସ୍କା, ଖଲ୍ଲିକୋଟ ଓ ରଣପୁର ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ

Mar 13, 2019 - 13:41
 174
ଭୁବନେଶ୍ୱର ୧୨ /୨(ସକାଳଖବର): ଗରିବ ପରିବାରର ବିକାଶ କଥା ସମସ୍ତେ ଆଖି ବୁଜିଦେଇଥିବା ବେଳେ ଗରିବଙ୍କ ବିକାଶ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି । କେବଳ ବିକାଶର ଯୋଜନା ନୁହେଁ, ଦେଶର ସୁରକ୍ଷା ମଧ୍ୟ ଆଜି ନରେନ୍ଦ୍ର ମୋଦିଙ୍କ ହାତରେ ସୁରକ୍ଷିତ ହୋଇରହିଛି । ମୋଦିଙ୍କ ଗରିବ କଲ୍ୟାଣ ପାଇଁ ଓଡିଶାବାସୀ ଏଥର ବିଜେପିକୁ ଦିଲ୍ଲୀ ଓ ଭୁବନେଶ୍ୱରରେ ଡବଲ ଇଞ୍ଜିନ ସରକାର ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି କାଳିଆ ଯୋଜନା ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ମାତ୍ର କିଏ ଲାଭ ପାଇଲା କାହାକୁ ଜଣାନାହିଁ । ଓଡିଆ ଲୋକଙ୍କୁ ଏହି ଯୋଜନାରୁ କାହିଁକି ବଂଚିତ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏତଦବ୍ୟତିତ ଯେଉଁମାନେ ଆଜିର ସଭା ଆଗାମୀ ନିର୍ବାଚନର ପରିବତର୍ନର ସୂଚକ । ଯେଉଁମାନେ ଭୁବନେଶ୍ୱରରେ ଶୀତତାପ ନିୟନ୍ତ୍ରିତ କକ୍ଷରେ ଅଫିସର ରାଜ୍ ଚଲାଇଛନ୍ତି ସେମାନଙ୍କ ସମୟ କାଳ ଶେଷ ହୋଇ ଆସୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଗଞ୍ଜାମ ଜିଲ୍ଲାର ଆସ୍କା, ଖଲ୍ଲିକୋଟ ଓ ନୟାଗଡ ଜିଲ୍ଲାର ଓଡଙ୍ଗା ବ୍ଲକ ରଣପୁର ନିର୍ବାଚନ ମଣ୍ଡଳୀ ଡିମିସର ଠାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ବର୍ଷର ଗରିବ ଲୋକଙ୍କ ପାଇଁ ଘର ପିଛା ବର୍ଷକୁ ୫ ଲକ୍ଷ ଟଙ୍କା ଦେବାର ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା କଲେ । ରାଜ୍ୟ ସରକାର ଏହି ପଇସା ନନେଇ ବିଜୁ ସ୍ୱାସ୍ଥ୍ୟ ଯୋଜନା ଲଗାଇବା ପାଇଁ କହିଲେ । ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରୟିତା ବଢିଯିବ ବୋଲି ନବୀନ ବାବୁ ଆୟୁଷ୍ମାନ ଭାରତ ଲାଗୁ କଲେ ନାହିଁ । ସେହିପରି ଏଲ୍ପ୍ିଜି ଗ୍ୟାସ ସଂଯୋଗ ବୃଦ୍ଧି ପାଇ ୭୫ ଲକ୍ଷ ପରିବାରରେ ପହଁଚିଲାଣି । ସେଥିମଧ୍ୟରୁ କେବଳ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଓଡିଶାର ୪୦ ଲକ୍ଷ ଘରେ ଏଲପିଜି ସଂଯୋଗ ହୋଇଛି । ମୋଦି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୫ ଏକର ଜମି ତଳେ ଥିବା ଚାଷୀଙ୍କ ପାଇଁ ବର୍ଷକୁ ୬ ହଜାର ଟଙ୍କା ଦେବାର ବ୍ୟବସ୍ଥା କଲେ । ଏହି ଯୋଜନାରେ ଓଡିଶାର ୪୫ ଲକ୍ଷ ଚାଷୀ ଉପକୃତ ହୋଇପାରନ୍ତେ ମାତ୍ର ନବୀନ ବାବୁ ନରେନ୍ଦ୍ର ମୋଦିଙ୍କ ଲୋକପ୍ରୟିତା କାରଣରୁ ଚାଷୀଙ୍କ ତାଲିକା ଦିଲ୍ଲୀକୁ ପଠାଉନାହାନ୍ତି । ୨୦୦୯ ରୁ ୧୪ କଂଗ୍ରେସର ଶାସନ ସମୟରେ ଦିଲ୍ଲୀରେ ୨୫ ଲକ୍ଷ ୫୭ ହଜାର ଘର ବନିଥିଲା । ମାତ୍ର ନରେନ୍ଦ୍ର ମୋଦିଙ୍କ ଶାସନରେ ୧ କୋଟି ୪୦ ଲକ୍ଷ ଘର ବନିଛି । ପୂର୍ବରୁ ଘର ପିଛା ୭୫ ହଜାର ଟଙ୍କା ଆସୁଥିଲା । କିନ୍ତୁ ଏବେ ଏବେ ଦେଢ ଲକ୍ଷ ଟଙ୍କା ଆସୁଛି । ୨୦୨୨ ସୁଦ୍ଧା ଭରତବର୍ଷରେ ଜଣେ ହେଲେ ବି ଗରିବ ରହିବେ ନାହିଁ ଯାହା ମୁଣ୍ଡ ଉପରେ ଛାତ ନଥିବ । ଗଞ୍ଜାମର ଆସ୍କା ଓ ପାଖାପାଖି ଅଂଚଳରେ ଋଷିକଲ୍ୟାର ବନ୍ୟା ପାଣି ପଶୁଛି । ୧୯ ବର୍ଷ ରାଜ୍ୟ ଶାସନ କ୍ଷମତାରେ ରହିଥିବା ନବୀନ ପଟ୍ଟନାୟକ ସରକାର ଓଡିଶାବାସୀଙ୍କୁ ମୌଳିକ ସେବା ଯୋଗାଇ ପାରିନାହାନ୍ତି । ମୁଖ୍ୟମନ୍ତ୍ରୀ ଆସ୍କା, ଜଗନ୍ନାଥ ପ୍ରସାଦ, ଛତ୍ରପୁର, ଗଞ୍ଜାମ ସହରରେ ଠିକ୍ ପିଇବା ପାଣିର ବ୍ୟବସ୍ଥା କଲେନାହିଁ । ୧୯ ବର୍ଷ ପରେ ଯେ ପାଣି ଦେଇପାରି ନାହିଁ ସେ ସରକାରକୁ ବଦଳେଇବା ଦରକାର । ଓଡିଶାର ୨୦ ଲକ୍ଷ ଲୋକଙ୍କର ଘରଡିହ ନାହିଁ , ୩୦ ଲକ୍ଷ ଲୋକଙ୍କର ପକ୍କା ଘର ନାହିଁ । ରୋଜଗାର କରିବା ପାଇଁ ଯୁବକ ଆଜି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନିଜକୁ ୧ ନମ୍ବର ବୋଲି କହି ବୁଲୁଛନ୍ତି । ଅଲାଜୁକ ମୁହଁରେ ବ୍ରଣ ହେଲେ ସେ ଛାଇ ପଡୁଛି କହେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି