ଉତ୍ତର ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି

Sep 13, 2021 - 06:00
 78
ଉତ୍ତର ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି
ଭୁବନେଶ୍ୱର: ଗତକାଲିଠୁ ଉପାନ୍ତରୁ ଉପକୂଳ ସବୁଠି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଗଭୀର ଅବପାତର ରୂପ ନେଲା ବଙ୍ଗପସାଗରରେ ସୃଷ୍ଟ ଲଘୁଚାପ। ବର୍ତ୍ତମାନ ଏହା ଉତ୍ତର ପୂର୍ବ ବଙ୍ଗପସାଗର ଓ ଓଡ଼ିଶା ଉପ କୂଳରେ ସକ୍ରିୟ ରହିଛି। ଏହା ପ୍ରଭାବରେ ଉତ୍ତର ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୫ କିମି ବେଗରେ ସ୍ଥଳ ଭାଗ ଆଡ଼କୁ ଗତି କରୁଛି ଲଘୁଚାପ। ଧିରେ ଧିରେ ଏହା ପୂର୍ବ ପଶ୍ଚିମ ଓ ଉତ୍ତର ପଶ୍ଚିମକୁ ଗତି କରି ଉତ୍ତର ଓଡ଼ିଶା ଉତ୍ତର ଛତିଶଗଡ଼ ଦେଇ ଯିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ମଧ୍ୟ ପ୍ରଦେଶ ଆଡ଼କୁ ଗତି କରିବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଵୋଲି ସୂଚନା ଦେଇଛି ପାଣି ପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଉପକୂଳରୁ ଉପାନ୍ତ ସବୁଠି ଲାଗି ରହିଛି ବର୍ଷା। ପ୍ରବଳ ବର୍ଷା ହେବା ନେଇ ଉପକୂଳ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ ଏବଂ ନୟାଗଡ। ଏହା ସହିତ ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉତ୍ତର ଓଡ଼ିଶା ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ତଳି ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। କେତେକ ନଦୀରେ ଜଳସ୍ତର ବଢୁଥିବାବେଳେ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ତେଣୁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଏସଆରସି। ଅନ୍ୟପଟେ ବର୍ଷା ସମୟରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ଆସନ୍ତାକାଲି ପର୍ୟ୍ୟନ୍ତ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୧୪ ତାରିଖ ପର୍ୟ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।