ଇସ୍ରୋ ବୁଲିବେ ରାଜ୍ୟର ୨୦ ଯୁବ ଜ୍ୟୋର୍ତିବିଜ୍ଞାନୀ

Dec 14, 2022 - 07:22
 40
ଇସ୍ରୋ ବୁଲିବେ ରାଜ୍ୟର ୨୦ ଯୁବ ଜ୍ୟୋର୍ତିବିଜ୍ଞାନୀ
ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର- ଇସ୍ରୋ ପରିଦର୍ଶନରେ ଯିବେ ରାଜ୍ୟର ୨୦ ଯୁବ ଜ୍ୟୋର୍ତିବିଜ୍ଞାନୀ । ଟାଟା ଷ୍ଟିଲ୍ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ -ୟାଟସ ୨୦୨୨ ପ୍ରତିଯୋଗିତାରେ ବିଜେତା ଭାବେ ଚୟନ ହୋଇଛନ୍ତି ଏହି ୨୦ ଯୁବ ଜ୍ୟୋର୍ତିବିଜ୍ଞାନୀ। ପଠାଣି ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଉତ୍ସବରେ ଏହି ୨୦ ଯୁବ ଜ୍ୟୋର୍ତିବିଜ୍ଞାନୀମାନଙ୍କୁ ଟାଟା ଷ୍ଟିଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ସଂସ୍କରଣ ୟାଟସ ପ୍ରତିଯୋଗିତାରେ ରାଜ୍ୟର ୩୦ ଜିଲ୍ଲାରୁ ୭୭,୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ ଥିଲା ‘ଟାଇମ୍ ଟୁ ଅନ୍ରାଭେଲ ଦି ୟୁନିଭର୍ସ’ ବା ‘ବ୍ରହ୍ମାଣ୍ଡକୁ ଉନ୍ମୋଚନ କରିବାର ସମୟ’ । ଜ୍ୟୋତର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ୨୦୦୭ରୁ ଟାଟା ଷ୍ଟିଲ ପକ୍ଷରୁ ଆରମ୍ଭ ହୋଇଛି ୟାଟସ୍ ପ୍ରତିଯୋଗିତା ।