ଗିଲୋଟିନରେ ୨୪ ବିଭାଗର ଖର୍ଚ୍ଚ ଦାବି ପାରିତ
ଭୁବନେଶ୍ୱର, ୩୦/୭(ସକାଳଖବର): ରାଜ୍ୟ ଶକ୍ତିମନ୍ତ୍ରୀ ମଙ୍ଗଳବାର ଦ୍ୱିତୀୟାର୍ଦ୍ଧ ବୈଠକରେ ଗୃହରେ ଆଗତ କରିଥିବା ଶକ୍ତି ବିଭାଗର ୨,୨୫୦ କୋଟି ୮୮ ଲକ୍ଷ ୩୬ ହଜାର ଟଙ୍କାର ଖର୍ଚ୍ଚ ଦାବି ଆଲୋଚନା ହୋଇ ଗୃହୀତ ହୋଇଥିଲା । ଆଲୋଚନା ପରିସରଭୁକ୍ତ ହୋଇପାରିନଥିବା ବିଧାନସଭା ସମେତ ୨୪ ବିଭାଗର ଖର୍ଚ୍ଚ ଦାବି ଗୁଡିକ ଗିଲୋଟିନ୍ ଦ୍ୱାରା ଗୃହୀତ ହୋଇଥିଲା । ଏସମ୍ପର୍କରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏସମ୍ପର୍କରେ ବିଧିବଦ୍ଧଭାବେ ଗୃହରେ ଘୋଷଣା କରିଥିଲେ ।
ଗିଲୋଟିନ୍ ଦ୍ୱାରା ପାରିତ ହୋଇଥିବା ବିଭାଗ ଗୁଡିକ ହେଲା ଆଇନ (୪୪୮କୋଟି୨୩ ଲକ୍ଷ୭ହଜାର) , ଅର୍ଥ ବିଭାଗ (୧୭୦୧୯ କୋଟି୪୩ ଲକ୍ଷ ୨୨ ହଜାର ଟଙ୍କା) , ବାଣିଜ୍ୟ ବିଭାଗ (୯୪ କୋଟି ୮୩ ଲକ୍ଷ ୪୮ ହଜାର ଟଙ୍କା) , ବିଧାନସଭା (୭୯ କୋଟି ୯୨ ଲକ୍ଷ ୩୯ ହଜାର ଟଙ୍କା) , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (୧୬ ,୪୬୬ କୋଟି ୮୨ ଲକ୍ଷ ୧୯ ହଜାର) , ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପାଇଁ (୧୯୬ କୋଟି ୭୨ ଲକ୍ଷ ୫୭ ହଜାର) , କ୍ରୀଡ । ଓ ଯୁବସେବା (୨୬୬କୋଟି ୩୯ ଲକ୍ଷ ୯୬ ହଜାର), ସାଧାରଣ ଅଭିଯୋଗ ଓ ପେନସନ ( ୨ କୋଟି୨୩ଲକ୍ଷ ୬୮ ହଜାର) , ପରିବହନ ବିଭାଗ (୬୩୯ କୋଟି ୯୬ ଲକ୍ଷ ୨୨ ହଜାର) , ଜଙ୍ଗଲ ଓ ପରିବେଶ ବିଭାଗ (୧୫୦୯ କୋଟି ୬୦ ଲକ୍ଷ ୬ ହଜାର) , ସୂଚନା ଓ ଲୋକସମ୍ପର୍କ ବିଭାଗ (୧୦୬ କୋଟି ୩୬ ଲକ୍ଷ ୬୯ ହଜାର), ବିଜ୍ଞାନ ଓ ବୈଷୟିକ ଶିକ୍ଷା (୭୦ କୋଟି ୧୫ ଲକ୍ଷ ୪୦ ହଜାର) , ସଂସଦୀୟ ବ୍ୟାପାର ବିଭାଗ (୪୧ କୋଟି ୯୮ ଲକ୍ଷ ୯୪ ହଜାର), ହସ୍ତତନ୍ତ , ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ (୧୮୩ କୋଟି ୮୨ ଲକ୍ଷ ୧୪ ହଜାର), ପର୍ଯ୍ୟଟନ ବିଭାଗ(୧୯୪ କୋଟି ୨୮ ଲକ୍ଷ ୮୨ ହଜାର) , ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ (୮୯୪ କୋଟି୪୭ ଲକ୍ଷ ୧୬ହଜାର) , ସରକାରୀ ଉଦ୍ୟୋଗ (୮ କୋଟି ୫୧ ଲକ୍ଷ ୫୦ ହଜାର) , ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି (୩୪୫୮ କୋଟି ୭୫ ଲକ୍ଷ ୭୮ ହଜାର) ,ଇଲେକ୍ଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତି ବିଦ୍ୟା (୧୧୮ କୋଟି ୯୨ ଲକ୍ଷ ୨୪ ହଜାର),ଉଚ୍ଚଶିକ୍ଷା ବିଭାଗ (୨୩୭୭ କୋଟି ୮୩ ଲକ୍ଷ ୯୬ ହଜାର) ,ଦକ୍ଷତା ବିକାଶ (୭୧୯ କୋଟି ୩ ଲକ୍ଷ ୭୩ ହଜାର) , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (୩୧୬୬ କୋଟି ୬୫ ଲକ୍ଷ ୭୮ ହଜାର), ବିପର୍ଯ୍ୟୟ ପରିଚାଳନା (୯୭୪୭ କୋଟି ୮୮ ଲକ୍ଷ ୪୨ ହଜାର) ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି (୧୭୪ କୋଟି ୪୦ ଲକ୍ଷ ୮ ହଜାର) ।
ଉଲ୍ଲେଖଯୋଗ୍ୟ ଯେ ଗିଲୋଟିନ୍ ରେ ବିଭାଗ ଗୁଡିକର ଖର୍ଚ୍ଚ ଦାବି ଗୃହୀତ ହେବା ପୂର୍ବରୁ ୨୦ ଟି ବିଭାଗର ଖର୍ଚ୍ଚ ଦାବି ଉପରେ ବିଧିବଦ୍ଧ ଆଲୋଚନା ହୋଇଥିଲା ଏବଂ ପାରିତ ହୋଇଥିଲା ।