ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପୁରୀ ଜିଲ୍ଲା ଗୋପର ପ୍ରତ୍ୟୁଷ

Oct 16, 2022 - 07:18
 123
ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପୁରୀ ଜିଲ୍ଲା ଗୋପର ପ୍ରତ୍ୟୁଷ
ପୁରୀ : ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପୁରୀ ଜିଲ୍ଲା ଗୋପର ପ୍ରତ୍ୟୁଷ । ୩ ବର୍ଷ ୭ ମାସ ବୟସରେ ଅଲୌକିକ ସ୍ମରଣ ଶକ୍ତିର ଅଧିକାରୀ ହୋଇପାରିକି ଗୋପ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ବିଭିନ୍ନ ବିଷୟରେ ଏକାଧିକ ପ୍ରଶ୍ନର ଦେଇପାରୁଛନ୍ତି ଉତ୍ତର । ଗୋପ ବ୍ଲକ୍‌ ବେଦପୁରୁ ପଞ୍ଚାୟତର ଏମ୍‌ଏ ପ୍ରତ୍ୟୁଷ୍‌ ଅନନ୍ୟ ପ୍ରତିଭାଧାରୀ ଭାବେ ଗୋପ ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ବୟସ ମାତ୍ର ୩ ବର୍ଷ ୭ ମାସ ହୋଇଥିବା ବେଳେ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି । ସେ ବିଭିନ୍ନ ବିଷୟ ଉପରେ ଅନେକ ପ୍ରଶ୍ନର ଠିକ୍‌ ଉତ୍ତର ଦେଇପାରୁଛନ୍ତି । ବିଦ୍ୟାଳୟରେ ଆନୁଷ୍ଠାନିକ ପାଠପଢ଼ା ଆରମ୍ଭ ପୂର୍ବରୁ ଏପରି ପ୍ରଖର ଜ୍ଞାନ ଓ ସ୍ମରଣ ଶକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବେଦପୁର ପଞ୍ଚାୟତ ବେଦପୁରୁ ଗ୍ରାମର ମନମୋହନ ସାହୁ ଓ ଅମିତା ସାହୁଙ୍କ ପୁତ୍ର ହେଉଛନ୍ତି ପ୍ରତ୍ୟୁଷ । ମା’ଙ୍କ ପ୍ରଚେଷ୍ଟାରେ ପ୍ରତ୍ୟୁଷ ଏହି ଜାଗାରେ ପହଞ୍ଚିପାରିଛନ୍ତି । ଏହି ସଫଳତା ପାଇଁ ସେ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଜଣାପଡିଥିଲା ପ୍ରତ୍ୟୁଷ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ପ୍ରତ୍ୟୁଷ ୩୦ଟି କମ୍ପ୍ୟୁଟର ସରଞ୍ଜାମର ନାମ, ୨୦ ଟି ଫଳ, ୨୦ ଟି ଫୁଲ , ୧୬ ଟି ପଶୁ ଶରୀରର ତଥ୍ୟ , ମଣିଷ ମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗର ନାମ, ୩୦ ଟି ସାଧାରଣ ଜ୍ଞାନର ଉତ୍ତର, ଜାତୀୟ ସଙ୍ଗୀତ ଗାୟନ, ୧୦ ଟି ରାଇମ୍ସ ସ୍ପଷ୍ଟ ଓ ନିର୍ଭୁଲ ଗାଇପାରୁଛନ୍ତି ।