ଡ଼ିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲର ତୃତୀୟ ବାର୍ଷିକ ଉତ୍ସବ

Mar 29, 2019 - 05:47
 183
ଅନୁଗୋଳ,୨୮/୩(ସକାଳଖବର): ସ୍ଥାନୀୟ ବଡ଼ମହିତଳାସ୍ଥିତ ଡ଼ିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲ ପରିସରରେ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ଜେଏସପିଏଲର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପଙ୍କଜ ଗୌତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଫକୀର ମୋହନ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ପ୍ରାରମ୍ଭିକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସ୍କୁଲର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଏହି ଅବସରରେ ଶ୍ରୀ ପଙ୍କଜ ଗୌତମ ଉଦବୋଧନ ଦେଇ ଜେଏସପିଏଲ ସର୍ବଦା ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ ଏବଂ ଛାତ୍ର ଛାତ୍ରୀମାନଙ୍କ ଭବିଷ୍ୟତ ଗଠନ କରିବାରେ ଏହି ବିଦ୍ୟାଳୟ ସହାୟ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ ସ୍କୁଲ ଶତାଧିକ ଛାତ୍ର ଛାତ୍ରୀ ଭାଗ ନେବା ସହ ସେମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଯେଉଁଥିରେ ଓଡ଼ଶୀ ନୃତ୍ୟ, ପ୍ରାରମ୍ଭିକ ସଙ୍ଗୀତ, ସ୍କୃତି ଲର୍ନ ଉଇଥ ଫନ, ପୁଲଓ୍ବାମା ଆଟାକ, ଗୀତିନାଟ୍ୟ ରଙ୍ଗବତୀ, ତ୍ରୀରଙ୍ଗା, ଗଣେଷ ଲୀଳା, ଟଲିଉଡ଼, ନୃତ୍ୟ, ଟ୍ରିବୁଟ ଟୁ ଶ୍ରୀ ଦେବୀ, ଦାଣ୍ଡିଆ ଓ କ୍ଷୁଦ୍ର ନାଟିକା କଣ୍ଟକିତ ପଥର ନିର୍ଭିକ ପଥିକ ଆଦି ଅନ୍ତର୍ଭୁକ୍ତ । ଏହି ଉତ୍ସବରେ ଜେଏସପିଏଲର ଇଡ଼ି-ମେଣ୍ଟେନାନ୍ସ ଶ୍ରୀ ସୁରେଶ କୁମାର, ଜିନ୍ଦଲ ମହିଳା ସମିତିର ସଭାନେତ୍ରୀ ଶ୍ରୀମତୀ ପ୍ରତିଭା ଗୌତମ ଏବଂ ଅନ୍ୟାନ୍ୟ ସଦସ୍ୟାାଗଣ ବିଶେଷ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଓପି ଜିନ୍ଦଲ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଛନ୍ଦା ଚରଣ ଦାସ, ଡ଼ିଏଭି ଏନଟିପିସି ତାଳଚେରଥର୍ମାଲ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ତପସ୍ୱୀନି ମିଶ୍ର, ଟିଟିପିଏସ ଏନଟିପିସି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶ୍ରୀ ନିଷିକାନ୍ତ କର, ଟିଟିପିଏସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଶୁଭେନ୍ଦୁ ଶେଖର ବୋଷ, କଙ୍କରାଇ ଜିପି ହାଇସ୍କୁଲରପ୍ରଧାନ ଶିକ୍ଷକ ଶ୍ରୀ ବେଣୁଧର ସାହୁ, ଜେଏସପିଏଲ ସିଏସଆର ବିଭାଗର ଶ୍ରୀ ଆଷୁତୋଷ ମିଶ୍ର ଏବଂ ଅନ୍ୟାନ୍ୟ ମାନ୍ୟଗଣ୍୍ୟ ଅତିଥି ତଥା ଅଭିଭାବକ ଏବଂ ପାଶ୍ୱର୍ବର୍ତ୍ତି ଅଞ୍ଚଳରୁ ବହୁଳ ଭାବରେ ଦର୍ଶକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଡ଼ିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲର ଶିକ୍ଷୟତ୍ରୀ ସ୍ମିତାରାଣୀ ଆରତୀ, ସୁରଭି, ଜ୍ୟୋତି ତଥା ଶିକ୍ଷକ ଚିତ୍ତରଞ୍ଜନ ଦାସ, ସୂର୍ଯ୍ୟକାନ୍ତ ବରାଳ, ପ୍ରତ୍ୟୁମ୍ନ ଜେନା, ଦୁଶାସନ ବେହେରା, ଜିତେନ୍ଦ୍ର ବାରିକ, କୃଷ୍ଣ କୁମାର ଦାସ, ଅର୍ନବ ପଣ୍ଡା ପ୍ରମୁଖ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଅନ୍ୟତମ ଶିକ୍ଷୟତ୍ରୀ ମଧୁମିତା ସାହୁ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ବରିଷ୍ଠ ଶିକ୍ଷୟତ୍ରଅୀ ଦିପ୍ତିରେଖା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।