ଇଂଜିନିୟରଙ୍କ ଆଗୁଆ ଜାମିନ ଖାରଜ

Jun 22, 2018 - 19:01
 192
କଟକ,୨୨ା୬(ସକାଳଖବର): ଜଗତସିଂହପୁର ଜିଲା ବାଲିକୁଦା ଆର ଆଣ୍ଡ ବି ସେକସନ ଆସିଷ୍ଟାଣ୍ଟ ଇଂଜିନିୟର ରମେଶ ଚନ୍ଦ୍ର ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଚତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଖାରଜ କରିଦେଇଛନ୍ତି । ଭିଜିଲାନ୍ସ ପକ୍ଷରୁ ଷ୍ଟାଣ୍ଡିଂ କାଉନସେଲ ନିରଞ୍ଜନ ମହାରଣା ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ନେଇ ଭିଜିଲାନ୍ସ ଆସିଷ୍ଟାଣ୍ଟ ଇଂଜିନିୟର ରମେଶ ଚନ୍ଦ୍ର ମିଶ୍ରଙ୍କ ପୈତୃକ ଘର, ଅଫିସ ସମେତ ୮ଟି ସ୍ଥାନରେ ଗତ ଏପ୍ରିଲ ମାସ ୨୫ତାରିଖରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ୧କୋଟି ୩୪ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଥିଲା । ତେବେ ଗିରଫଦାରୀ ଏଡାଇବା ପାଇଁ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ।