୧୨ମାମଲାରେ ହାଜର ହେଲେ ଧଳସାମନ୍ତ ଭ୍ରାତା

Jun 22, 2018 - 19:00
 249
କଟକ,୨୨ା୬(ସକାଳଖବର): ଧଳସାମନ୍ତ ଭ୍ରାତାଙ୍କୁ ଶୁକ୍ରବାର ପୃଥକ କୋର୍ଟରେ ପୃଥକପୃଥକ ମାମଲାରେ ଭିଡିଓ କନଫରରେନ୍ସୀଂ ମଧ୍ୟମରେ ହାଜର କରାଯାଇଥିଲା । ସମୁଦାୟ ୧୨ଟି ମାମଲାରେ ହାଜର କରାଯାଇଥିବାବେଳେ ପରବର୍ତ୍ତୀ ହାଜିରା ଆସନ୍ତା ୨ ଓ ୫ତାରିଖରେ କରିବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ତେବେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଳ ଧଳସାମନ୍ତଙ୍କୁ ଜେଏମଏଫସି ଓ ଏସଡିଜେଏମ କୋର୍ଟର ଗୋଟିଏ ଲେଖାଏଁ ମାମଲା ଓ ଜେଏମଏଫସି କୋର୍ଟର ୧୦ଟି ମାମଲାରେ ହାଜର କରାଯାଇଥିବା ନେଇ ତାଙ୍କ ଓକିଲ ପ୍ରସନ୍ନ କୁମାର ମହାନ୍ତି ସୂଚନା ଦେଇଛନ୍ତି । ତେବେ ନୂଆବଜାର ମାଛ ମାର୍କେଟ ଡବଲ ମର୍ଡର ମାମଲାରେ ସୁଶାନ୍ତ ଧଳସାମନ୍ତଙ୍କୁ ହାଜର କରାଯାଇଥିଲା ବୋଲି ସରକାରୀ ଓକିଲ ବିଶ୍ୱଜିତ ବରାଳ ସୂଚନା ଦେଇଛନ୍ତି ।