ଆସିବ ରାନୁ ମଣ୍ଡଲଙ୍କ ବାୟୋପିକ୍‌

Sep 4, 2021 - 11:20
 102
ଆସିବ ରାନୁ ମଣ୍ଡଲଙ୍କ ବାୟୋପିକ୍‌
ମୁମ୍ବାଇ: କଲିକତା ରାନାଘାଟ ରେଳ ଷ୍ଟେଶନରେ ‘ଏକ ପ୍ୟାର କା ନଗମା ହେ’ ଗୀତ ଗାଇ ରାତାରାତି ମିଡିଆ ସେନସେସନ ପାଲଟି ଯାଇଥିଲେ ରାନୁ ମଣ୍ଡଲ । ସୁଲଳିତ କଣ୍ଠରେ ଲତା ମଙ୍ଗେଶକରଙ୍କ ଗୀତ ଗାଇ ଖୁବ୍‌ କମ୍‌ ଦିନରେ ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ହିମେଶ ରେଶମିଆଁ ବଲିଉଡ୍‌ରେ ଗାଇବାର ସୁଯୋଗ ଦେଇଥିଲେ। ରାତାରାତି ଷ୍ଟାରଡମ୍‌ ହାସଲ କରିଥିଲେ ରାନୁ। ପଶ୍ଚିମବଙ୍ଗର ରାନାଘାଟ ରେଲଓ୍ୱେ ଷ୍ଟେସନ୍‌ରେ ବୁଲି ଭିକ୍ଷା ମାଗୁଥିବା ରାନୁ ମଣ୍ଡଳ ପହଞ୍ଚି ଯାଇଥିଲେ ହିମେଶ ରେଶମିଆଙ୍କ ଷ୍ଟୁଡିଓରେ । ଏପରି ଭାଗ୍ୟ ଲୋକଙ୍କୁ କ୍ୱଚିତ ମିଲେ। ରାନୁ ମଣ୍ଡଳଙ୍କ ଜୀବନୀକୁ ଏବେ ବଡ଼ ପରଦାରେ ଦେଖିବେ ଦର୍ଶକ। ଖୁବ୍‌ ଶୀଘ୍ର ତାଙ୍କ ବାୟୋପିକ୍‌ ହେବାକୁ ଯାଉଛି।