୨୫ ଲକ୍ଷ ବିଦୁ୍ୟତ୍ ଗ୍ରାହକଙ୍କ ଖେଳ ଖେଳୁଛନ୍ତି ରାଜ୍ୟ ସରକାର : ବିଜେପି

Dec 20, 2018 - 18:17
 165
୨୫ ଲକ୍ଷ ବିଦୁ୍ୟତ୍ ଗ୍ରାହକଙ୍କ ଖେଳ ଖେଳୁଛନ୍ତି ରାଜ୍ୟ ସରକାର : ବିଜେପି
ଭୁବନେଶ୍ୱର, ୨୦/୧୨(ସକାଳଖବର): ରାଜ୍ୟରେ ବିଜୁଳି ବିତରଣ ପାଇଁ ଘରୋଇ କମ୍ପାନୀଙ୍କୁ ଠିକା ଦେବାରେ ହୋଇଥିବା ବିଡିଙ୍ଗ ପ୍ରକ୍ରିୟାରେ ରାଜ୍ୟ ସରକାର ଜାଣିଶୁଣି କୋହଳତା କରି ଏକ ନିର୍ଦ୍ଧିଷ୍ଟ କମ୍ପାନୀକୁ ସୁହାଇଲାଭଳି ନିୟମ କରିଛନ୍ତି । ବିଜୁଳି ବିତରଣ ଭଳି ଗୁରୁତ୍ୱପୂର୍ଣ ସେବା କ୍ଷେତ୍ରରେ ଏକ ଅନାମଧ୍ୟେୟ କଂପାନୀ ହାତରେ ବିଜୁଳି ବିତରଣକୁ ଟେକି ଦିଆଯାଇଛି । ସେସୁର ଚେୟାରମ୍ୟାନ ବିଜୁଳି ବିତରଣ କମ୍ପାନୀ ପରିଚାଳନାର ଭାର ଏକ ନିଦିଷ୍ଟ କମ୍ପାନୀକୁ ଦେଇ ସେହି ଦୁର୍ନିତିର ଷଡଯନ୍ତ୍ରର ଅଙ୍ଗ ଭାବେ ୧୦୦୦ କୋଟିର ଡିଲ କରିଛନ୍ତି ବୋଲି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଏହି ଡିଲ ଅର୍ଥ ଶାସକ ବିଜୁ ଜନତା ଦଳର ନିର୍ବାଚନୀ ପାଣ୍ଠି ଭାବରେ ଖର୍ଚ୍ଚ ହେବ ବୋଲି ଡ. ସାମନ୍ତସିଂହାର କହିଛନ୍ତି । ସେ କହିଛନ୍ତି ଯେ ଏଭଳି ଭାବେ ନିୟମ କରାଯାଇଛି ଯେପରି ଭାବେ ଦେଶର ବଛା ବଛା ଶକ୍ତି ବିତରକ କମ୍ପାନୀମାନେ ସେହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବେନି । ଭାରତରେ ଟାଟା ପାଫ୍ୱାର, ରିଲାଏନ୍ସ, ଆଦାନୀ, ଟୋରେଟଂ, ସିଇଏସସିଙ୍କ ସହ ଅନେକ ବଡ ବଡ ଏବଂ ଅଭିଜ୍ଞତା ସଂପନ୍ନ କଂପାନୀ ଥିବାବେଳେ ରାଜ୍ୟସରକାର କାହିଁକି ଯେଉଁ କପାଂନୀର ଅଭିଜ୍ଞତା ନାହିଁ ଏବଂ ପାଷ୍ଟ ହିଷ୍ଟୋରି ଭଲ ନାହିଁ, ସେହିଭଳି ଏକ କମ୍ପାନୀକୁ ବାଛିବାକୁ ଯାଉଛନ୍ତି ତାହା ଏକ ସାଙ୍ଘାତିକ କଥା । ରାଜ୍ୟରେ ବିଜୁଳି ବିତରଣ ପାଇଁ ଘରୋଇ କମ୍ପାନୀଙ୍କୁ ଠିକା ଦେବାପାଇଁ ହୋଇଥିବ ଟେଣ୍ଡରରେ କନ୍ସୋସିୟମ୍ ବିଡିଙ୍ଗ, ଯାହା ଏକ ସଂନ୍ଦିଗ୍ଧ ପ୍ରକିୟା ଭଳି ମନେହେଉଛି ସେହି ପ୍ରକିୟାରେ ଇଣ୍ଡିଆ ପାଓାର କମ୍ପାନୀ କିଭଲି ଜାଣିଶୁଣି ଠକି ଚାଲିଯିବ ସେହିଭଳି ବାଟ ଦେଖାଇଲା ଭଲି ନିୟମ କରିଛନ୍ତି ରାଜ୍ୟସରକାର । ଯେଉଁ କପାଂନୀ ୧୦୦୦ରୁ ଊଦ୍ଧ୍ୱର୍ ଗ୍ରାହକଙ୍କୁ ବିଜୁଳି ଯୋଗାଇବାର ଯୋଗ୍ୟତା ନାହିଁ ସେହି ସଂସ୍ଥାମାନଙ୍କୁ କେମିତି ସେସୁକୁ ବିକ୍ରି କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେତେବେଳେ ରାଜ୍ୟ ସରକାର ବିଜୁଳି ବିତରଣର ଫ୍ରାଚାଇଜଂ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ ସେତେବେଳେ ନିୟମ ଥିଲା କି ଯେଉଁ କପାଂନୀର ସର୍ବନିମ୍ନ ୪୦% ଗ୍ରାହକଙ୍କୁ ବିଦୁ୍ୟତ ବିତରଣ କରିବାର କ୍ଷମତା ଥିବ ସେହି କମ୍ପାନୀକୁ କେବଳ ପ୍ରାଚାଂଇଜ୍କୁ ମିଳିପାରିବ । ଏବେ ଯେତେବଳେ ରାଜ୍ୟ ସରକାର ଏହାକୁ ବିକ୍ରି କରୁଛନ୍ତି ଏହାର ମାନଦଣ୍ଡକୁ ଆହୁରି କଡାକଡି କରିବା କଥା । କିନ୍ତୁ ରାଜ୍ୟ ସରକାର ଆଶ୍ଚର୍ଯ୍ୟ ଜନକ ଭାବେ “ସର୍ବନିମ୍ନ ୪୦ ପ୍ରତିଶତ ଗ୍ରାହକ” ନିୟମକୁ ଉଠାଇଦେଇ କେବଳ ଲାଇସେନ୍ସ ଥିବା ଲୋକ ହିଁ ଆବେଦନ କରିପାରିବ ସେପରି ନିୟମ କରିଛନ୍ତି ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ । ଏପରିକି ରାଜ୍ୟସରକାର ସେସୁକୁ ବିକ୍ରି କରିବାର ପ୍ରକ୍ରିୟାକୁ ମଧ୍ୟ ସ୍ପଷ୍ଟ କରିନଥିବାବେଳେ ଏହା ଖୋଲା ଟେଣ୍ଡର କାହିଁକି କରିନଥିଲେ ତାହା ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ସେସୁର ୧୦୦ ପ୍ରତିଶତ ବିକିବେ କି ୫୧ ପ୍ରତିଶତ ବିକିବେ ତାହା ସ୍ପଷ୍ଟ କରିନଥାଇ ବିକ୍ରି ପାଇଁ ଚୁଡାନ୍ତ କରିବା ଏକ ହାସ୍ୟାସ୍ପଦ ଘଟଣା ବୋଲି ଡ.ସାମନ୍ତସିଂହାର କହିଛନ୍ତି ।