ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ

Jan 11, 2019 - 18:17
 158
ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର, ୧୧/୧(ସକାଳଖବର); ମୁଖ୍ୟମନ୍ତ୍ରୀ ଶୀ୍ର ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ୪ ଟି ୯ ୱାଟ୍ ଏଲଇଡି ବଲବ୍ ବିନାମୂଲ୍ୟରେ ଯୋଗାଇ ଦିଆଯିବ । ଏଥିରେ ୮୭ ଲକ୍ଷ ଏନଏଫଏସଏ ଏବଂ ୮ ଲକ୍ଷ ଏସ୍ଏଫ୍ଏସ୍ଏସ୍ ହିତାଧିକାରୀ ସୁବିଧ ପାଇବେ ଏବଂ ୯୫ ଲକ୍ଷ ପରିବାର ଉପକୃତ ହେବେ । ଏହାଦ୍ୱାରା ବିଜୁଳି ଖର୍ଚ୍ଚ କର୍ମ ହେବା ସହ ପିଲାମାନଙ୍କ ପାଠପଢାରେ ମଧ୍ୟ ସୁବିଧା ହେବ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଘୋଷଣା କରି କହିଥିଲେ ଯେ ଆପଣଙ୍କ ଖୁସିରେ ମୋ ଖୁସି । ଏଥିନିମନ୍ତେ ରାଜ୍ୟ ସରକାର ୩.୮୦ କୋଟି ଏଲଇଡି ବଲବ୍ କ୍ରୟ କରୁଛନ୍ତି । ତେବେ ଜାନୁଆରୀ ୧୫ରୁ ୨୦ ତାରିଖ ମଧ୍ୟରେ ହେବାକୁ ଥିବା ପିଠା ଶିବିରରେ ଏହି ଏଲଇଡି ବଲବ୍ ଯୋଗାଇ ଦିଆଯିବ । ସେହିପରି ଫେବୃଆରୀ ମାସ ପିଠା କାର୍ଯ୍ୟକ୍ରମରେ ମଧ୍ୟ ବଲବ୍ ଯୋଗାଇ ଦିଆଯିବ । ୨ ଟି ପର୍ଯ୍ୟାୟପରେ ବଂଚିତ ହୋଇଥିବା ହିତାଧିକାରୀଙ୍କୁ ସରକାରୀ ଲାଇସେନ୍ସ ପ୍ରାପ୍ତ ଖାଉଟି ସାମଗ୍ରୀ ବିପଣନ କେନ୍ଦ୍ର ମାଧ୍ୟମରେ ବିତରଣ କରାଯିବ ।