ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ସ୍ବଳ୍ପ ବ୍ୟବଧାନରେ ସଂଖ୍ୟା ଗରିଷ୍ଠତା ହାସଲ କଲା ‘ରିପବ୍ଲିକାନ୍‌’

Nov 17, 2022 - 05:18
 42
ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ସ୍ବଳ୍ପ ବ୍ୟବଧାନରେ ସଂଖ୍ୟା ଗରିଷ୍ଠତା ହାସଲ କଲା ‘ରିପବ୍ଲିକାନ୍‌’
ୱାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ‘ରିପବ୍ଲିକାନ୍‌ ପାର୍ଟି’ ବୁଧବାର ଦିନ ସ୍ବଳ୍ପ ବ୍ୟବଧାନରେ ‘ୟୁଏସ୍‌ ହାଉସ୍‌ ଅଫ୍‌ ରିପପ୍ରଜେନ୍‌ଟେଟିଭ୍‌’କୁ (ପ୍ରତିନିଧି ସଭା) ପୁନର୍ବାର ନିୟନ୍ତ୍ରଣ କରିଛନ୍ତି। ୨୧୮ଟି ଆସନ ଅକ୍ତିଆର କରି ‘ରିପବ୍ଲିକାନ୍‌’ ପ୍ରତିନିଧି ସଭାକୁ ନିୟନ୍ତ୍ରଣ କରିଛନ୍ତି। ‘ରିପବ୍ଲିକାନ୍‌ କଂଗ୍ରେସମ୍ୟାନ୍‌ କେବିନ୍‌ ମ୍ୟାକ୍‌କ‌ାର୍ଥି ଟୁଇଟ୍‌ କରି କହିଛନ୍ତି: ନୂତନ ଦିଗ‌ରେ ଅଗ୍ରସର ହେବାକୁ ଆମେରିକୀୟମାନେ ପ୍ରସ୍ତୁତ ଥିବା ବେଳେ ‘ହାଉସ୍‌ ରିପବ୍ଲିକାନ୍‌’ ଦିଗ୍‌ଦର୍ଶକ ହେବାକୁ ପ୍ରସ୍ତୁତ। ‘ଡିମୋକ୍ରାଟ୍‌’ ନେନ୍‌ସି ପିଲୋସିଙ୍କ ସ୍ଥାନରେ ଗୃହର ପରବର୍ତ୍ତୀ ବାଚସ୍ପତି ଭାବେ ‘ରିପବ୍ଲିକାନ୍‌’ଙ୍କ ତରଫରୁ ମ୍ୟାକ୍‌କାର୍ଥି ‘ନୋମିନି’ ହେବେ। ରାଷ୍ଟ୍ରପତି ବାଇଡେନ୍‌ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ବିଜୟ ଲାଭ କରିଥିବା ବିରୋଧୀ ‘ରିପବ୍ଲିକାନ୍‌’ଙ୍କୁ ବୁଧବାର ଦିନ ଅଭିନନ୍ଦନ ଜଣାଇ କହିଛନ୍ତି, ସେମାନଙ୍କ ସହିତ ମିଶି କାର୍ଯ୍ୟ କରିବା ସହିତ ଆମେରିକାବାସୀଙ୍କ ସେବା କରିବାକୁ ମୋର ଆଗ୍ରହ ଥିଲା।