ବିଧାନସଭା ଗୃହରେ ମଠା ପିନ୍ଧି ହାତରେ ଗଡୁ ଧରିଛନ୍ତି ତାରା, ସୁର ପିଟୁଛନ୍ତି ଘଣ୍ଟା

Dec 4, 2021 - 05:42
 62
ବିଧାନସଭା ଗୃହରେ ମଠା ପିନ୍ଧି ହାତରେ ଗଡୁ ଧରିଛନ୍ତି ତାରା, ସୁର ପିଟୁଛନ୍ତି ଘଣ୍ଟା
ଭୁବନେଶ୍ୱର: ଚାଲିଛି ଶୀତକାଳୀନ ଅଧିବେଶନ । କନ୍ତୁ ଅଧିବେଶନ ଆରମ୍ଭ ହେବା ଦିନରୁ ମମିତା ମେହର ମୃତୁ୍ୟ ପ୍ରସଙ୍ଗକୁ ନେଇ ଗୃହରେ ହୋହାଲ୍ଲା କରୁଛନ୍ତି ବିରୋଧୀ । ଆଲୋଚନା କମ୍ ଓ ପ୍ରତିବାଦ ବେଶି ଦେଖିବାକୁ ମିଳୁଛି ଏଥର ବିଧାନସଭା ଶୀତକାଳୀନ ଅଧିବେଶନରେ । ତେବେ ଗତକାଲି ବିଜେପିର ସଭ୍ୟମାନେ ବିଧାନ ସଭା ଗୃହରେ ଗୋବର ପାଣି, ଗଙ୍ଗାଜଳ ଛିଞ୍ଚି ଥିବାବେଳେ ଆଜି ବିଧାନସଭାରେ ନିଆରା ପ୍ରତିବାଦ କରିଛି କଂଗ୍ରେସ ।‌ ଆଜି ପୂର୍ବାହ୍ନ ସାଢେ ୧୦ଟାରେ ବିଧାନସଭା ଆରମ୍ଭ ହେବା କ୍ଷଣି ବିଜେପି ଓ କଂଗ୍ରେସ ବିଧାୟକମାନେ ମଧ୍ୟଭାଗକୁ ମାଡିଆସି ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ମଠା ପରିଧାନ କରିବା ସହ ହାତରେ ଗଡୁ ଧରିଥିଲେ । ଏକ ଆମ୍ବପତ୍ରରେ ସେ ଗଙ୍ଗାଜଳ ଛିଞ୍ଚୁଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ରମେଶ ଜେନା ଘଣ୍ଟା ପିଟିଥିଲେ । ଅପରପକ୍ଷରେ ଅନ୍ୟ ବିଧାୟକମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ବିଧାନସଭା ଏକ ପବିତ୍ର ସ୍ଥାନ । ଏହା ଡ୍ରାମା କରିବା ସ୍ଥାନ ନୁହେଁ । ଏଭଳି ପ୍ରାୟ ୨ ମିନିଟ ଚାଲିବା ପରେ ବାଚସ୍ପତି ବିଧାନସଭାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ ।