ଆଇନଜୀବୀଙ୍କ ମାଡ଼ ପ୍ରସଙ୍ଗରେ ମହଲତ ନେଲେ ସରକାର

Oct 10, 2018 - 18:13
 163
ଆଇନଜୀବୀଙ୍କ ମାଡ଼ ପ୍ରସଙ୍ଗରେ ମହଲତ ନେଲେ ସରକାର
କଟକ,୧୦ା୧୦( ସକାଳଖବର): ହାଇକୋର୍ଟର ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ଼ ମାରି ଆହତ କରିବା ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ ଝାଭେରୀ ଓ ଜଷ୍ଟିସ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ରାଜ୍ୟ ସରକାର ରିପୋର୍ଟ ଦାଖଲ ପାଇଁ ସମୟ ଲୋଡିଥିଲେ । ତେବେ ଆସନ୍ତାକାଲି ଆଇନଜୀବୀ ପଟ୍ଟନାୟକଙ୍କ ବୟାନ ରେକର୍ଡ କରିବା ପାଇଁ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଦର୍ଶାଇଥିଲେ । ଫଳରେ କୋର୍ଟ ଏହି ମାମଲାରେ ଆସନ୍ତା ୧୨ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ଏହି ସମୟରେ କ୍ରାଇମବ୍ରାଞ୍ଚ ତଦନ୍ତର ଅଗ୍ରଗତି ସଂପର୍କରେ ତଥ୍ୟ ଉପସ୍ଥାପନ କରିବ । କଟକ ବାର ଆସୋସିଏସନ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଜନ ରାୟ, ଲୟର୍ସ ଫୋରମ ପକ୍ଷରୁ ଆଇନଜୀବୀ ଦେବୀ ପ୍ରସାଦ ଧଳ ମାମଲା ପରିଚାଳନା କରୁଛନ୍ତି ।