ଡ଼ାକ୍ତର ଆଶୀର୍ବାଦ ଜେନା ସମ୍ମାନିତ

Oct 10, 2018 - 18:11
 185
କଟକ,୧୦ା୧୦(ସକାଳଖବର): ସର୍ବ ଭାରତୀୟ ରାଇନୋଲୋଜି ସୋସାଇଟିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏମ୍ସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ଆଶୀର୍ବାଦ ଜେନା ରେସିଡେଣ୍ଟ ପେପର ଉପସ୍ଥାପନା କରି ସମ୍ମାନିତ ହୋଇଛନ୍ତି । ସମ୍ ହସ୍ପିଟାଲ ଇଏନଟି ବିଭାଗରେ ପିଜି କରୁଥିବା ଡାକ୍ତର ଜେନା ସର୍ବ ଭାରତସ୍ତରରେ ତୃତୀୟ ସ୍ଥାନ ଦାଖଲ କରିଥିବାରୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏମ୍ସ ଇଏନଟି ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଡାକ୍ତର ଜେନା ହେଉଛନ୍ତି ହାଇକୋର୍ଟ ଆଇନଜୀବୀ ଶଶିଭୂଷଣ ଜେନାଙ୍କ ପୁତ୍ର ଅଟନ୍ତି ।