ଅନୁଗୋଳରେ ପରିବହନ ଧର୍ମଘଟ

Aug 7, 2018 - 16:58
 142
ଅନୁଗୋଳରେ ପରିବହନ ଧର୍ମଘଟ
ଅନୁଗୋଳ,୭/୮ (ସକାଳଖବର): ସାରାଦେଶ ବ୍ୟାପି ପରିବହନ ଶ୍ରମିକ ଓ ମାଲିକମାନଙ୍କ ମିଳିତ ଧର୍ମଘଟ ଡ଼ାକରା ଅନୁଗୋଳ ଜିଲ୍ଳାରେ ସି.ଆଇ.ଟି.ୟୁ ଜିଲ୍ଲା ସାଧାରଣ ସମ୍ପାଦକ ଉପେନ୍ଦ୍ର ଶର୍ମା ନେତୃତ୍ୱରେ ଧର୍ମଘଟ ହୋଇଥିଲା ଫଳରେକ ଆଜି ଅନୁଗୋଳ ବସଷ୍ଟାଣ୍ଡରେ ଜିଲ୍ଲା ପରିବହନ ଶ୍ରମିକ ମାନଙ୍କୁ ଉଦବୋଧନ ଦେଇ ଶ୍ରୀ ଶର୍ମା କହିଲେ ଯେ, କେନ୍ଦ୍ର ସରକାରଙ୍କର ଲଗାତାର ଡ଼ିଜେଲ ଦର ବଢ଼ିବା, ରୋଡ଼ଟ୍ୟାକ୍ସ ବଢ଼ିବା, ସହ ବୀମା ପରିମାଣ ରାଶି ସହ ଟାୟାର ଯନ୍ତ୍ରପାତି ବଢ଼ିବା ଯୋଗୁ ବସଯାତ୍ରୀ ଓ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଉତ୍ତମ ଯାତାୟତ, ସାଧାରଣ ଜନତା ଓ ପରିବହନ କାର୍ଯ୍ୟକରୁଥିବା ୧୦ କୋଟି ଶ୍ରମିକ ମାନଙ୍କ ମୌଳିକ ଅଧିକାରକୁ ଗୁରୁତ୍ୱ ନ ଦେଇ କେନ୍ଦ୍ର ସରକାର ମୋଟର ଭେଇକିଲ ଆକ୍ଟ(୧୯୮୮) ର ସଂଶୋଧନ ବିଲକୁ ଲୋକସଭାରେ ଗୃହୀତ କରି ସାରିବା ପରେ ବର୍ତ୍ତମାନ ରାଜ୍ୟ ସଭାରେ ଆଲୋଚନା ଚାଲିଛି । ଯଦି ଏହି ନିୟମ ଲାଗୁ ହୋଇଯିବ, ନିୟମ ଅନୁଯାୟୀ ବିଦେଶୀ କର୍ପୋରେଟ ହାଉସ ପରିବହନ ବ୍ୟବସ୍ଥାକୁ ପରିଚାଳନା କରିବେ । ଦେଶରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଉଠିଯିବ । ଏହି କାମ ଘରୋଇ ଏଜେନସି ଦ୍ୱାରା କରାଯିବ । ଏହି ନିୟମକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିବା ସହିତ ପରିବହନ ନିୟମ ଅନୁଯାୟୀ ଏହି କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ପରିଚୟ ପତ୍ର, ନିଯୁକ୍ତି ପତ୍ର, ଇପି.ଏଫ., ଇ ଏସ ଆଇ ପୋଷାକ ଯୋଗାଇ ଦେବା ସହ ଚାଳକଙ୍କୁ ୨୪ ହଜାର ଟଙ୍କା କଣ୍ଡକଟରକୁ ୨୦ ହଜାର ଟଙ୍କା ଓ ଖଲାସିଙ୍କୁ ୧୮ ହଜାର ଯଙ୍କା ଦେବା ପାଇଁ ପଦକ୍ଷେପ ନିଅନ୍ତୁ ନହେଲେ ଆନେ୍ଦାଳନ ଆହୁରି ତୀବ୍ରତର ହେବ ବୋଲି ଶ୍ରୀ ଶର୍ମା କହିଥିଲେ । ଏହି ସଭାରେ ଅଲଓଡ଼ିଶା, ଟା୍ରନସପୋର୍ଟ ୱାର୍କର ଫେଡେ଼ରେସନ ଅନୁଗୋଳ ଜିଲ୍ଳା ସାଧାରଣ ସଂପାଦକ ସରୋଜ ଗଡ଼ନାୟକ, ୁଦୟ ପାଢ଼ୀ, ଲମ୍ବୋଦର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ସ୍ୱଦେଶୀ ବେହେରା, ବିଶ୍ୱନାଥ ସାହୁ, ଶୁଭ୍ରାଶୁଂ ବିଶ୍ୱାଳ, ଦୁର୍ଗାଚରଣ ମହାପାତ୍ର, ରତ୍ନାକର ବେହେରା, ଧନଞ୍ଜୟ ସାହୁ, ହରିହର ଦାସ, ପ୍ରତାପ ଚନ୍ଦ୍ର ସାହୁ, ଦିପକ ବେହେର. ମିଟୁ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।