୯ରେ ସ୍ୟାଟ ଚ୍ୟାଲେଞ୍ଜ ମାମଲାର ଶୁଣାଣି

Apr 27, 2018 - 14:39
 136
୯ରେ ସ୍ୟାଟ ଚ୍ୟାଲେଞ୍ଜ ମାମଲାର ଶୁଣାଣି
କଟକ,୨୭ା୪: ରାଜ୍ୟ ପ୍ରଶାସନିକ ଟ୍ରିବୁ୍ୟନାଲ(ସ୍ୟାଟ)ଙ୍କ ନିଦେ୍ର୍ଧଶନାମାକୁ ଚାଲେଞ୍ଜ କରି ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ଦାୟର ମାମଲା ଉପରେ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆସନ୍ତା ୯ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ରେଭେନ୍ସା ପକ୍ଷରୁ ଆଇନଜୀବୀ ପ୍ରତାପ ଚନ୍ଦ୍ର ମିଶ୍ର, ରଘୁନାଥଙ୍କ ପକ୍ଷରୁ ଆଇନଜୀବୀ ଶଶୀଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ରେଭେନ୍ସାର ଜନୈକ କର୍ମଚାରୀ ରଘୁନାଥ ଦାସ ପୂର୍ବରୁ ରେଭେନ୍ସା ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ୨୦୦୬ ମସିହାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ସେହିଠାରେ ହିଁ କାର୍ଯ୍ୟ କରିଆସୁଥିଲେ । ବର୍ତ୍ତମାନ ସେ ଉଦ୍ଭିଦ ବିଭାଗରେ ଡେମୋଷ୍ଟ୍ରେଟର ଭାବେ କାର୍ଯ୍ୟ କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ୨୦୧୩ ମସିହା ଅଗଷ୍ଟ ମାସ ୮ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରି ସରକାରୀ କର୍ମଚାରୀଙ୍କ ପାଇଁ ଗ୍ରେଡ ପେ ଧାର୍ଯ୍ୟ କରିଥିଲେ । ସେଥି ଅନୁସାରେ ୧୦ବର୍ଷ ଧରି କାର୍ଯ୍ୟରତ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ୪୨ଶହ ଟଙ୍କା ଗ୍ରେଡ ପେ ଧାର୍ଯ୍ୟ କରିଥିବାବେଳେ ୨୦ବର୍ଷ ଧରି କାର୍ଯ୍ୟ କରିଥିବା କର୍ମଚାରୀଙ୍କ ପାଇଁ ୪୮ଶହ ଓ ୩୦ବର୍ଷ ପରେ କାମ କରିଥିବା କର୍ମଚାରୀଙ୍କ ପାଇଁ ୫ହଜାର ୪ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି । କିନ୍ତୁ ରେଭେନ୍ସା କର୍ମଚାରୀ ଜଣକ ଗ୍ରେଡ ପେ ୬ହଜାର ୬ଶହ ଟଙ୍କା କରାଯାଉ ବୋଲି ଦାବି କରି ସ୍ୟାଟରେ ଏକ ମାମଲା ରୁଜୁ କରିଥିଲେ । ସ୍ୟାଟ ଏହି ମାମଲାରେ ପକ୍ଷଭୁକ୍ତ ହୋଇଥିବା କୁଳ ସଚିବଙ୍କୁ ନୋଟିସ ନକରି ଏକପାଖିଆ ରାୟ ପ୍ରଦାନ କରିଥିଲେ । ତେବେ ଆବେଦନକାରୀଙ୍କୁ ଗ୍ରେଡ ପେ ୬ହଜାର ୬ଶହ ଟଙ୍କା ଦିଆଯାଉ ବୋଲି ରାୟ ପ୍ରଦାନ କରିଥିଲେ । ଫଳରେ ଏହି ନିଦେ୍ର୍ଧଶନାମାକୁ ଚ୍ୟାଲେଞ୍ଜ କରି ରେଭେନ୍ସା କୁଳ ସଚିବ ହାଇକୋର୍ଟରେ ଏକ ରିଟ ପିଟିସନ ଦାୟର କରି ସ୍ୟାଟଙ୍କ ଆଦେଶ ରଦ୍ଧ କରାଯାଉ ବୋଲି ପ୍ରାର୍ଥନା କରି ଏକ ମାମଲା ରୁଜୁ କରିଥିଲେ ।