ଓଡ଼ିଆ ଝିଅ ପ୍ରଜ୍ଞା ପିନ୍ଧିଲେ ଡ୍ୟାଜେଲ ମିସ୍ ଇଣ୍ଡଆ ମୁକୁଟ

Sep 28, 2021 - 08:41
 154
ଓଡ଼ିଆ ଝିଅ ପ୍ରଜ୍ଞା ପିନ୍ଧିଲେ ଡ୍ୟାଜେଲ ମିସ୍ ଇଣ୍ଡଆ ମୁକୁଟ
ଭୁବନେଶ୍ୱର: ନୂଆଦିଲ୍ଲୀ ରୋହିଣୀ ସ୍ଥିତ ହୋଟେଲ କ୍ରାଉନ ପ୍ଲାଜାରେ ତିନିଦିନ ଧରି ଚାଲିଥିବା ମିସ ଆଣ୍ଡ ମିସେସ ଇଣ୍ଡିଆ ଇଣ୍ଟରନ୍ୟାସନାଲ -୨୦୨୧ ଶନିବାର ଶେଷ ହୋଇଛି । ଏଥିରେ ମିସ ଇଣ୍ଡିଆ ବର୍ଗରେ ଓଡ଼ିଶାର ଝିଅ ପ୍ରଜ୍ଞା ପର୍ଣ୍ଣିତା ଡ୍ୟାଜଲ ମିସ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି । ପ୍ରଜ୍ଞାଙ୍କ ଘର ନୟାଗଡ଼ ହୋଇଥିବା ବେଳେ ସେ ଫିଜିଓଥେରାପି ଛାତ୍ରୀ । ଭୁବନେଶ୍ୱର ଫ୍ୟାସନ ଜିଲ୍ଲା ପକ୍ଷରୁ ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ପ୍ରତିନିଧିତ୍ୱ କରୁଥିଲେ । ଏହି କାର୍ଯ୍ୟକ୍ରମରେ ରେଖା ଭୋରା, ସୀମା ବର୍ମା, ପ୍ରଭେଶ ଶର୍ମା, ଘନଶ୍ୟାମ ଶର୍ମା, ରଶ୍ମି ସିଂ ଓ ଅନୁରାଧା ଜୈନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କର ଏହି ସଫଳତା ପରେ ଓଡିଶାରେ ଖୁସିର ଲହରି ଖେଳିଯାଇଛି ।