ସ୍ୱତନ୍ତ୍ର ସ୍କ୍ୱାଡ୍‌ ଓ ସିସିଟିଭି ଜଗିବ ମାଟ୍ରିକ୍‌ ପରୀକ୍ଷା କପି

Mar 6, 2023 - 11:21
 100
ସ୍ୱତନ୍ତ୍ର ସ୍କ୍ୱାଡ୍‌ ଓ ସିସିଟିଭି ଜଗିବ ମାଟ୍ରିକ୍‌ ପରୀକ୍ଷା କପି
ଭୁବନେଶ୍ୱର:ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପରୀକ୍ଷା ସେଣ୍ଟର ଗୁଡ଼ିକୁ ସ୍କ୍ୱାଡ୍‌ ଅଚାନକ ଗସ୍ତ କରିବେ । ଯାହାର ଗାତିବିଧି ସମ୍ପର୍କରେ କେହି ପୂର୍ବ ସୂଚନା ପାଇବେନି । ସେହିପରି ପରୀକ୍ଷାରେ ସ୍ୱଚ୍ଛତା ରକ୍ଷା ନିମନ୍ତେ ଅଧିକାଂଶ ପରୀକ୍ଷା କେନ୍ଦ୍ରଗୁଡିକରେ ସିସିଟିଭି ଲଗାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ସେ କହିଛନ୍ତି, ଆସନ୍ତା ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା । ତେଣୁ ଏବେଠାରୁ ପ୍ରଶ୍ନପତ୍ର ପ୍ରତିଜିଲ୍ଲାର ହବରେ ପହଞ୍ଚି ସାରିଛି । ଜିଲ୍ଲା ପ୍ରଶାସନ ସହ ବି ସହଯୋଗ ପାଇଁ ଆଲୋଚନା ହୋଇଛି । ପ୍ରଶ୍ନପତ୍ର ହବରୁ ପରୀକ୍ଷା କେନ୍ଦ୍ର ଯାଏଁ ପ୍ରଶ୍ନପତ୍ର ନେବାକୁ ସ୍ୱତନ୍ତ୍ର ଲୋକଙ୍କୁ ଦାୟିତ୍ୱ ଦିଆଯାଇଛି । ଗ୍ରୀଷ୍ମର ପ୍ରକୋପକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳା ସହ ପରୀକ୍ଷା ହେବ । ଏହା ଶେଷ ପରୀକ୍ଷା ନୁହେଁ, ବରଂ ପିଲାମାନଙ୍କ ପ୍ରଥମ ପରୀକ୍ଷା । ତେଣୁ ଛାତ୍ରଛାତ୍ରୀମାନେ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ବୋଲି ଶ୍ରୀ ଦାଶ କହିଛନ୍ତି ।