ଜଗବନ୍ଧୁଙ୍କ ଜାମିନ ମାମଲାରେ ମହଲତ

Apr 27, 2018 - 14:38
 155
ଜଗବନ୍ଧୁଙ୍କ ଜାମିନ ମାମଲାରେ ମହଲତ
କଟକ,୨୭ା୪: ସ୍ୱସ୍ତିକ ଇଣ୍ଡିଆ ମଲ୍ଟୀ ଷ୍ଟେଟ କ୍ରେଡିଟ କୋ ଅପରେଟିଭ ସୋସାଇଟି ପରିଚାଳନା ନିଦେ୍ର୍ଧଶକ ଜଗବନ୍ଧୁ ପଣ୍ଡାଙ୍କ ଉପରେ କୋର୍ଟ ରଖିଥିବା ସର୍ତ୍ତ ପୂରଣ କରିନପାରିବାରୁ ଏବେ ବି ସେ ଜେଲରେ ଅଛନ୍ତି । ନିଦେ୍ର୍ଧଶନାମାରେ ପରିବର୍ତ୍ତନ ପାଇଁ ଆବେଦନକାରୀ ହାଇକୋର୍ଟର ପୁଣି ଦ୍ୱାରସ୍ଥ ହୋଇଥିବାବେଳେ ଏହି ମାମଲାରେ ସିବିଆଇ ମହଲତ ନେବାରୁ ଆସନ୍ତା ସପ୍ତାହରେ ମାମଲାର ଶୁଣାଣି ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନରେଶ ଜେନା ମାମଲା ପରିଚାଳନା କରୁଛନ୍ତି । ତେବେ ୨୦୧୭,ନଭେମ୍ବର ମାସ ୨୨ତାରିଖରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି ୧୦ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୫ଲକ୍ଷ ଟଙ୍କାର ସଂପତ୍ତି ଜମା ଦାଖଲ କରି ୨ଜଣ ଜାମିନଦାରଙ୍କ ବଦଳରେ ସିବିଆଇ ସିଜିଏମ କୋର୍ଟରୁ ଜାମିନରେ ଯାଇପାରିବେ ବୋଲି ଦର୍ଶାଇଥିଲେ । ତେବେ ଏହି ସର୍ତ୍ତର୍ରେ କୋହଳ କରିବା ପାଇଁ ସେ କୋର୍ଟରେ ଆବେଦନ କରିଥିବାବେଳେ କୋର୍ଟ ଗତ ଜାନୁୟାରୀ ମାସ ୧୦ତାରିଖରେ ଶୁଣାଣି କରି ଟଙ୍କା ବଦଳରେ ଫିକ୍ସ ଡିପୋଜିଟ ଜମା କରି ଜାମିନରେ ଯାଇପାରିବେ ବୋଲି ଆଦେଶନାମାରେ ସ୍ପଷ୍ଟ କରିଥିଲେ । ପୁଣି ଆଦେଶନାମାରେ ପରିବର୍ତ୍ତନ କରିବା ପାଇଁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଛନ୍ତି । ଟଙ୍କା ପରିବତ୍ତେ ସଂପତ୍ତି ଜିମା ଦେଇ ଜାମିନ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଏମଡି ଶ୍ରୀ ପଣ୍ଡା ଜମାକାରୀଙ୍କ କୋଟିକୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ଅର୍ଥ କମିଶନରେଟ ପୁଲିସ ୨୦୧୩ ମସିହା ମେ ମାସ ୨୮ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାପରେ ସିବିଆଇ ୨୦୧୪ ମସିହା ଡିସେମ୍ବର ମାସ ୧୨ତାରିଖରେ ଜେଲରୁ ତାଙ୍କୁ ୯ଦିନିଆ ରିମାଣ୍ଡରେ ନେଇ ଜେରା କରିବା ପରେ ୨୪ତାରିଖରେ ଗିରଫ କରିଥିଲା । ଏହାପରେ ସିବିଆଇ ତାଙ୍କୁ କୋର୍ଟରେ ହାଜର କରିଥିଲା । କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଜେଲ ହାଜତକୁ ପଠାଇଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ବାଲେଶ୍ୱର ଅଞ୍ଚଳର ପଣ୍ଡା ୨୦୦୮ ମସିହାରେ ଅର୍ଥତତ୍ତ୍ୱ ଗ୍ରୃପରେ ନିଦେ୍ର୍ଧଶକ ଭାବେ ଯୋଗଦେଇଥିଲେ । ଏହାପରେ ୨୦୧୧ମସିହାରେ ସ୍ୱସ୍ତିକ କମ୍ପାନୀରେ ଯୋଗଦେଇଥିଲେ ।