ଆଇପିଏଲ: ସନ୍ରାଇଜର୍ସ ବିଜୟୀ

Apr 26, 2018 - 19:32
 173
ଆଇପିଏଲ: ସନ୍ରାଇଜର୍ସ ବିଜୟୀ
କଟକ୨୬/୪- ସନ୍ରାଇଜର୍ସ ଶାଣିତ ବୋଲିଂରେ ଚିତପଟାଙ୍ଗ ମାରିଛି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ । ଲୋ ସ୍କୋରିଂ ମ୍ୟାଚରେ ହାଇଦ୍ରାବାଦ ୧୩ ରନ୍ରେ ପଞ୍ଜାବକୁ ପରାସ୍ତ କରିଛି । ଆଇପିଏଲ୍ର ୭ମ ମ୍ୟାଚରେ ହାଇଦ୍ରାବାଦ ୬ଷ୍ଠ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚôଛି । ତେବେ ଆଜି ମ୍ୟାଚର ପଞ୍ଚଦଶତମ ଓଭରରେ ଖେଳ ନାଟକୀୟ ମୋଡ଼ ନେଇଥିଲା । ହାଇଦ୍ରାବାଦର ରସିଦ ଖାନ୍ ଓ ସକିବ୍ ଅଲ୍ ହାସନ୍ଙ୍କ ସ୍ପିନ୍ ଜାଲରେ ସମୂର୍ଣ୍ଣ ଭାବେ ଛନ୍ଧି ହୋଇଥିଲା କିଙ୍ଗସ୍ ଇଲେଭେନ୍ ପଞ୍ଜାବ । କ୍ରିସ୍ କେଲ୍ ଓ ଲୋକେଶ ରାହୁଲଙ୍କ ପ୍ରାରମ୍ଭିକ ବ୍ୟାଟିଂ ଭାଗୀଦାରି ୫୫ ରନ୍ ସତ୍ତ୍ୱେ ଦଳ ମାତ୍ର ୧୧୯ରେ ସମସ୍ତ ୱିକେଟ୍ ହରାଇଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ନା କରିଥିଲା । ଦଳଗତ ସ୍କୋର ୧ ରନ୍ ଥିବାବେଳେ ଅଧିନାୟକ କେନ୍ ୱିଲିୟମ୍ସନ୍ଙ୍କ ୱିକେଟ୍ ହରାଇଥିଲା । ଏହାପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳଗତ ସ୍କୋର ୨୭ରନ୍ ଥିବାବେଳେ ୩ଟି ୱିକେଟ୍ ହରାଇଥିଲା । ଏହାପରେ ମନିଷ ପାଣ୍ଡେ ଓ ସକିବ୍ ଅଲ୍ ହାସନ୍ଙ୍କ ମଧ୍ୟରେ ୫୨ ରନ୍ର ଭାଗୀଦାରି ହୋଇଥିଲା । ହାଇଦ୍ରାବାଦ ପକ୍ଷରୁ ପାଣ୍ଡେ ସର୍ବାଧିକ ୫୪ ରନ୍ କରିଥିବାବେଳେ ପଞ୍ଜାବର ରାଜପୁତ ୪ ଓଭରରେ ୧୪ ରନ୍ ଦେଇ ୫ଟି ୱିକେଟ୍ ଅକ୍ତିଆର କରିଥିଲେ । ଅପରପକ୍ଷେ ୧୩୩ ରନ୍ର ଟାର୍ଗେଟ୍ ନେଇ ମଇଦାନକୁ ଓହ୍ଲାଇଥିବା ପଞ୍ଜାବ ଏକ ତରଫା ଭାବେ ମ୍ୟାଚକୁ ଜିତିନେବ ବୋଲି ଅନୁମାନ କରାଯାଉଥିଲା । ଦଳଗତ ସ୍କୋର ୫୫ ରନ୍ ଥିବାବେଳେ ପଞ୍ଜାବର ପ୍ରଥମ ୱିକେଟ୍ ପତନ ହୋଇଥିଲା । ଏହାପରେ ପଞ୍ଜାବ ନିୟମିତ ଭାବେ ୱିକେଟ୍ ହରାଇ ୧୯.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ରାହୁଲ ଦଳ ପକ୍ଷରୁ ସର୍ବାଧିକ ୩୨ ରନ୍ କରିଥିବାବେଳେ ହାଇଦ୍ରାବାଦ ପକ୍ଷରୁ ରାସିଦ ଖାନ୍ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ତେବେ ମେହାଲିରେ ପଞ୍ଜାବ ନିକଟରୁ ୧୫ ରନ୍ରେ ପଞ୍ଜାବ ଠାରୁ ପରାସ୍ତ ହୋଇଥିଲା ।