୩ୟ ବାଟାଲିୟନ ଚମ୍ପିୟାନ

Sep 3, 2018 - 13:47
 150
୩ୟ ବାଟାଲିୟନ ଚମ୍ପିୟାନ
ଅନୁଗୋଳ,୨/୯ (ସକାଳଖବର): ଗତ ୨୪ ତାରିଖଠାରୁ ଅନୁଗୋଳ ଜିଲା ପୋଲିସ ଦ୍ୱାରା ଆୟୋଜିତ ହୋଇଥିବା ୭୭ତମ ରାଜ୍ୟ ପୋଲିସ ଫୁଟବଲ ପ୍ରତିଯୋଗୀତା ଆଜି ସନ୍ଧ୍ୟାରେ ଉଦ୍ୟାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କୋରାପୁଟର ସମସ୍ତ ୩ୟ ବାଟାଲିୟନ ଏବଂ କମିଶନରେଟ୍ ପୋଲିସର “ଏ” ଦଳ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଲ ଦେବାରେ ସକ୍ଷମ ନହେବାରୁ ଶେଷରେ ପେନାଲଟି ସୁଟ୍ ଆଉଟ୍ ଦ୍ୱାରା କୋରାପୁଟର ୩ୟ ବାଟାଲିୟନ କମିଶନରେଟ୍ “ଏ” ଦଳକୁ ୪/୧ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଛି । ଉଦ୍ୟାପନି ଉସôବରେ ଅତିରିକ୍ତ ଡ଼ିଜି କ୍ରାଇମ୍ ସନ୍ତୋଷ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଡ଼ିଆଇଜି ନରସିଂହ ଭୋଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନୁଗୋଳ ଏସ୍ପି ଶ୍ରୀ ମିତ୍ରଭାନୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଲକୋ ଇଡ଼ି, ଏନ୍ଟିପିସିର ଏଜିଏମ୍, ଏମ୍ସିଏଲ ଭରତପୁର ଏବଂ ଜଗନ୍ନାଥ ଏରିଆ ଜିଏମ୍, ଏସ୍ପି ଦେବଗଡ଼ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଚମ୍ପିୟନ ଏବଂ ରନର୍ସଅପ୍ ଦଳମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ବେଷ୍ଟ ଗୋଲ କିପର ୩ୟ ବାଟାଲିୟନର ଅମିତ୍ କୁମାର ସ୍ୱାଇଁ, ବେଷ୍ଟ ମିଡ଼ ଫିଲଡ଼ର ଭାବରେ ଓଆଇଏସଏଫ ଭୁବନେଶ୍ୱରର ଜଗମୋହନ ଜେରିଆ, କମିଶନରେଟ “ଏ” ଦଳର ବିଶ୍ୱଭୂଷଣ କଅଁର ବେଷ୍ଟ ଫରୱାଡର଼୍, ୩ୟ ବାଟାଲିୟନ କୋରାପୁଟର ଅମିତ୍ ଲାକ୍ରା ବେଷ୍ଟ ସ୍କୋରର ଚମ୍ପିୟନ ମ୍ୟାଚର ବେଷ୍ଟ ପ୍ଲେୟାର ଭାବେ ୩ୟ ବାଟାଲିୟନ କୋରାପୁଟର ସନ୍ଦୀପ କୁମାର ଗଡ଼ନାୟକ, ବେଷ୍ଟ ରେଫରୀ ବୌଦ ହୋମଗାଡର଼୍ର ଶେଷଦେବ ବେହେରା, ବେଷ୍ଟ ଡ଼ିସିପ୍ଲିନ୍ ଟିମ୍ ଭାବରେ ୨ୟ ଆଇଆରବିଏନ ରାୟଗଡ଼ା, ହାଡର଼୍ଲାଇନ ଟିମ ଭାବରେ କମିଟନରେଟ ପୋଲିସ ଦଳକୁ ପୁରସ୍କୃତ କରାଯାଇଥିଲା । ଦୀର୍ଘ ଦିନ ବ୍ୟବଧାନରେ ଅନୁଗୋଳଠାରେ ରାଜ୍ୟ ପୋଲିସ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ଫୁଟବଲ ପ୍ରେମୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା ଏବଂ ଜନସାଧାରଣ ମନଭରି ଖେଳର ମଜା ଉଠାଇଥିଲେ ।