କରାଟେ ବେଲ୍ଟ ପଦୋନ୍ନତି ଶିବିର ଉଦ୍ୟାପିତ

Sep 3, 2018 - 13:48
 159
କରାଟେ ବେଲ୍ଟ ପଦୋନ୍ନତି ଶିବିର ଉଦ୍ୟାପିତ
ଅନୁଗୋଳ,୨/୯ (ସକାଳଖବର): ଆଜି ପୂର୍ବାହ୍ନରେ ପିଟିସି କରାଟେ ଏବଂ ଯୋଗ ସଂଗଠନ ପକ୍ଷରୁ ବେଲ୍ଟ ପଦୋନ୍ନତି ଶିବିର ଆୟୋଜିତ ହୋଇଯାଇଛି । ସେକ୍ସାର ବାସୁଦେବ ସାହୁଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା । ବିଭିନ୍ନ ବର୍ଗର ୭୨ ଜଣ କରାଟେ ପ୍ରଶିକ୍ଷାର୍ଥୀଙ୍କ ଆତ୍ମରକ୍ଷା କୌଶଳ ତାଲିମ ଦିଆଯିବା ପରେ ସେମାନଙ୍କ ମଧ୍ୟରୁ ୬୨ ଜଣକୁ ବେଲ୍ଟ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଆଜିର ଏହି ସମାରୋହରେ ଅନୁଗୋଳ କ୍ରିକେଟ ଆସୋସିଏସନ ସଂପାଦକ ଅକ୍ଷୟ କୁମାର ଦାସ ଏବଂ ସ୍ୱେଚ୍ଛାସେବୀ ପର୍ଶୁରାମ ଦାଶ ଅତିଥିରୂପେ ଯୋଗଦାନ କରି ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ଅଶ୍ୱନୀ କୁମାର ପାଣି, ସଂପାଦକ ସୌଭାଗ୍ୟ କୁମାର ନାୟକ, ଯୁଗ୍ମ ସଂପାଦକ ବବିନ୍ ଚନ୍ଦ୍ର ଗଡ଼ନାୟକ, ବିଜୟ କୁମାର ସାହୁ, କୋଷାଧ୍ୟକ୍ଷ ସୌମ୍ୟରଞ୍ଜନ ବେହେରାଙ୍କ ସମେତ ମନୋଜ ଆଦିତ୍ୟ ଦାସ ପ୍ରମୁଖ ଯୋଗଦାନ କରିଥିଲେ । ଏଠାରେ ପ୍ରକାଶ ଯେ ଗତ ୨୩ ତାରିଖରେ ସଂଘର ଭୂଷଣ ଏବଂ ଜିନ୍ଦଲ ପରିସରରେ ଥିବା ପ୍ରଶିକ୍ଷଣ ଶିବିରରେ ମଧ୍ୟ ପଦୋନ୍ନତି ଶିବିର ଆୟୋଜିତ ହୋଇଥିଲା ।