୩ କିଲୋ ସୁନା ଅଳଙ୍କାର ସ୍ଥାନାନ୍ତର ବେଳେ ଚଢ଼ାଉ କଲା ଜିଏସ୍‌ଟି ବିଭାଗ, ଟ୍ୟାକ୍ସ ଫାଙ୍କିଥିବା ସନ୍ଦେହ

Oct 4, 2021 - 13:53
 61
୩ କିଲୋ ସୁନା ଅଳଙ୍କାର ସ୍ଥାନାନ୍ତର ବେଳେ ଚଢ଼ାଉ କଲା ଜିଏସ୍‌ଟି ବିଭାଗ, ଟ୍ୟାକ୍ସ ଫାଙ୍କିଥିବା ସନ୍ଦେହ
ବ୍ରହ୍ମପୁର, ୦୪/୧୦: ବାଣିଜ୍ଯକର ଏବଂ ଦ୍ରବ୍ଯ ଓ ସେବାକର ଏନଫୋର୍ସମେଣ୍ଟ ୟୁନିଟ୍ ବ୍ରହ୍ମପୁର ପକ୍ଷରୁ ସୁନା ଅଳଙ୍କାର ଦୋକାନ ଉପରେ ଚଢାଉ ହୋଇଛି। ବ୍ଯବସାୟୀମାନେ କିପରି ବ୍ଯବସାୟ କରୁଛନ୍ତି ଏବଂ ଟ୍ଯାକ୍ସ୍ ଫାଙ୍କିଛନ୍ତି କି ନାହିଁ ସେ ନେଇ ବିଭାଗ ପକ୍ଷରୁ ସୁନା ଅଳଙ୍କାର ଦୋକାନ ଉପରେ ଚଢାଉ କରାଯାଇଥିଲା । ସାନବଜାର ଶିବାନୀ ଅଳଙ୍କାର ଦୋକାନ ଉପରେ ଅଧିକାରୀମାନେ ଚଢାଉ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢାଉ ଜାରି ରହିଛି । ଚଢାଉ ପରେ ସବିଶେଷ ତଥ୍ଯ ଜଣାପଡିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ଏହା ପୂର୍ବରୁ ବ୍ରହ୍ମପୁର ବଡବଜାର ଅଞ୍ଚଳକୁ ପ୍ରାୟ ୩ କିଲୋ ସୁନା ଅଳଙ୍କାର ସ୍ଥାନାନ୍ତରିତ କରୁଥିବା ସମୟରେ ବାଣିଜ୍ୟ କର, ଦ୍ରବ୍ଯ ଓ ସେବାକର ବିଭାଗ ପକ୍ଷରୁ ଚଢାଉ କରି ବିନା ଟ୍ଯାକ୍‌ସରେ ସୁନା ବ୍ଯବସାୟ କରୁଥିବା ବ୍ଯବସାୟୀଙ୍କ ଉପରେ ପାଖାପାଖି ୨୬ ଲକ୍ଷ ଟଙ୍କା ଜରିମାନା ସଂଗ୍ରହ କରିଥିବା ନଜିର ରହିଛି । ବିଭାଗୀୟ ଉପାୟୁକ୍ତ ଦେବ କଲ୍ଯାଣ ବେହେରାଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଥିଲା ।