୨୮ ତାରିଖରେ ବିଜେଡ଼ିର ରାଜଭବନ ସମ୍ମୁଖରେ ଧାରଣା

May 24, 2018 - 14:56
 184
୨୮ ତାରିଖରେ ବିଜେଡ଼ିର ରାଜଭବନ ସମ୍ମୁଖରେ ଧାରଣା
ଭୁବନେଶ୍ୱର,୨୩/୫(ସକାଳଖବର): ଦେଶରେ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ଅଣାୟତ ହୋଇପଡ଼ିଛି । ଏହା ଗ୍ରାହକଙ୍କ ପକେଟ୍ ଉପରେ ବଡ଼ ଧରଣର ପ୍ରଭାବ ପକାଇଛି । ଏଭଳି ଅହେତୁକ ଦରବୃଦ୍ଧି ଯୋଗୁ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି । ଓଡ଼ିଶାରେ ଆଜି ଡ଼ିଜେଲର ଲିଟର ପିଛା ଦର ୭୩.୨୬ ଟଙ୍କାରେ ପହଞ୍ଚôଥିବା ବେଳେ ପେଟ୍ରୋଲର ଲିଟର ପିଛା ଦର ୭୫.୯୮ ଟଙ୍କାରେ ପହଞ୍ଚିଛି । ଫଳରେ ·ଷୀଙ୍କଠାରୁ ଆରମ୍ଭ କରି ସାଧାରଣ ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଦରବୃଦ୍ଧିର ପ୍ରଭାବ ପଡ଼ିଛି । ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ନିତ୍ୟବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢି·ଲିଛି । ଏହାର ପ୍ରତିବାଦରେ ଆସନ୍ତା ୨୮ ତାରିଖରେ ବିଜେଡ଼ି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ । ୨୦୧୪ ମସିହାରେ କେନ୍ଦ୍ରରେ ଏନ୍ଡ଼ିଏ ସରକାର ଶାସନ ଭାର ଗ୍ରହଣ କଲା ବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଆଶାତୀତ ଭାବେ କମୁଥିଲା । ସେତେବେଳେ ଆଶା କରାଯାଉଥିଲା ଯେ, ଏହି ସ୍ଥିତିର ଫାଇଦା ସାଧାରଣ ଖାଉଟିଙ୍କ ପାଖରେ ପହଞ୍ଚିବ କିନ୍ତୁ ଏହା ହେଲା ନାହିଁ । ଓଲଟି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବୃଦ୍ଧି କରି ଲୋକମାନଙ୍କୁ ନ୍ୟାଯ୍ୟ ସୁବିଧାରୁ ବଞ୍ଚିତ କଲେ । ଏହି ଜନତା ଶୋଷଣ ମାନସିକତା ଏବେ ମଧ୍ୟ ବଳବତ୍ତର ରହିଛି ଏବଂ ସାଧାରଣ ଲୋକଙ୍କ ତଣ୍ଟି ଚିପି କେନ୍ଦ୍ର ସରକାର ଏହି କ୍ଷେତ୍ରକୁ ଆୟର ପ୍ରମୁଖ ଉତ୍ସ ଭାବେ ବ୍ୟବହାର କରୁଛନ୍ତି । ଏହା ଅର୍ଥନୈତିକ ଦୂରଦୃଷ୍ଟିହୀନତାର ପରି·ୟକ ବୋଲି ଦଳ ପକ୍ଷରୁ କୁହାଯାଇଛି