ଟୁଟିକୋରିନ ଗୁଳିକାଣ୍ଡର ନିନ୍ଦା

May 24, 2018 - 14:58
 143
ଟୁଟିକୋରିନ ଗୁଳିକାଣ୍ଡର ନିନ୍ଦା
କଟକ୨୪.୦୫/(ସକାଳଖବର): ତାମିଲନାଡୁର ଟୁଟିକୋରିନ୍ଠାରେ ବେଦାନ୍ତ-ଷ୍ଟେରେଲାଇଟ୍ କଂପାନୀ ଦ୍ୱାରା ବ୍ୟାପକ ଜଳ ଓ ବାୟୁ ପ୍ରଦୂଷଣ ପ୍ରତିବାଦରେ ଦୀର୍ଘ ଏକମାସ ଧରି ଆନେ୍ଦାଳନ ଚାଲିଥିଲା । ତୁରନ୍ତ ଏହି ପ୍ରଦୂଷଣକାରୀ କରାଖାନାକୁ ବନ୍ଦ କରିବା ପାଇଁ ସଂପୃକ୍ତ ଅଞ୍ଚଳର ଅଧିବାସୀମାନେ ଦାବି କରିଆସୁଥିଲେ । ମାତ୍ର ତାମିଲନାଡୁ ସମସ୍ୟାର ଏହି କଶ୍ଛାନୀର ଲାଇସେନ୍ସ୍ ପୁନଃନବୀକରଣ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରିବା ପ୍ରତିବାଦରେ ମଇ୨୨ତାରିଖ ଦିନ ୩୦ହଜାରରୁ ଅଧିକ ବିକ୍ଷୋଭକାରୀ ଜିଲ୍ଲାପାଳ ଅଫିସ୍ ଘେରାଉ କରିଥିଲେ । ଏହି ବିକ୍ଷୋଭକାରୀମାନଙ୍କ ଉପରେ ତାମିଲନାଡୁ ପୁଲିସ ବର୍ବରୋଚିତ ଗୁଳି ଚଳାଇ ୧୨ଜଣ ପ୍ରତିବାଦକାରୀଙ୍କୁ ହତ୍ୟା କରିଛି । ଟୁଟିକୋରିନ୍ରେ କଳିଙ୍ଗନଗରରେ ପୁନରାବୃତ୍ତି ଘଟିଛି । ଏହି ପୈଶାଚିକ କାର୍ଯ୍ୟ ପ୍ରତିବାଦରେ ସର୍ବଭାରତୀୟ ପ୍ରତିବାଦ ଦିବସ ପାଳନପାଇଁ ଏସ୍.ୟୁ.ସି.ଆଇ(ସି) କେନ୍ଦ୍ରୀୟ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ଆହ୍ୱାନ ଅନୁଯାୟୀ ଦଳର କଟକ ଜିଲ୍ଲା କମିଟି ପକ୍ଷରୁ ଆଜି ସ୍ଥାନୀୟ କଲେଜଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ସ୍ଥଳରେ ଏସ୍.ୟୁ.ସି.ଆଇ(ସି) ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଜିଲ୍ଲା କମିଟି ସଦସ୍ୟ ଖଗେଶ୍ୱର ସେଠୀ, ବସନ୍ତ ନାୟକ, ବବି ବଳବନ୍ତରାୟ, ସସ୍ମିତା ମହାନ୍ତି, ଦୀପକ ଦାସ, ଭାଗ୍ୟରବି ଦାସ, ବିନୋଦ ସେଠୀ, ତରୁଣସେନ୍ ନାୟକ, ପାଭେଲ ପ୍ରିୟଦର୍ଶନ, ଶୁଭସ୍ମିତା ସାହୁ, ସିପ୍ରା ମହାନ୍ତି, ସ୍ୱାଧିନୀ ବେହେରା ଓ ଯୁବ ଆଇନଜୀବୀ ପ୍ରତାପ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖି ଏହି ଗୁଳିକାଣ୍ଡକୁ ତୀବ୍ର ନିନ୍ଦା