୧୭ରେ ଅବକାରୀ ଅଧିକ୍ଷକଙ୍କ ଜାମିନ ଶୁଣାଣି

May 9, 2018 - 14:16
 147
କଟକ,୯ା୫(ସକାଳଖବର): ଯାଜପୁର ଜିଲା ଅବକାରୀ ଅଧିକ୍ଷକ ଅଭୟ ପଞ୍ଜର ସାହୁଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ତାରିଖରେ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଆବେଦନକାରୀଙ୍କ ନାଁରେ ପୂର୍ବରୁ ଦୁଇଟି ଭିଜିଲାନ୍ସ ମାମଲା ରହିଥିବା ଷ୍ଟାଣ୍ଡିଂ କାଉନସିଲ ନିରଞ୍ଜନ ମହାରଣା ଯୁକ୍ତିରେ ଦର୍ଶାଇ ଜାମିନକୁ ବିରୋଧ କରିଥିଲେ । ପୂର୍ବରୁ ଟ୍ରାପ ଓ ଆୟ ବହିର୍ଭୂତ ସଂପତ୍ତ ଠୁଳ ମାମଲା ରହିଥିବା ଓକିଲ ଶ୍ରୀ ମହାରଣା ଦର୍ଶାଇଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ଏପ୍ରିଲ ମାସ ୧୫ତାରିଖରେ ଆବେଦନକାରୀ ମଦ ଦୋକାନ ଲାଇସେନ୍ସ ରିନୁ୍ୟଆଲ ପାଇଁ ଅବକାରୀ ଏସଆଇ ମନୋଜ କୁମାର ସିଂହ ଓ ସଞ୍ଜୟ କୁମାର ସିଂହଙ୍କ ଜରିଆରେ ସେ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ଧରାପଡି ଗିରଫ ହୋଇଥିଲେ ।