ସବ୍ୟସାଚୀଙ୍କ ଜାମିନ ଖାରଜ

May 9, 2018 - 14:17
 144
ସବ୍ୟସାଚୀଙ୍କ ଜାମିନ ଖାରଜ
କଟକ,୯ା୫(ସକାଳଖବର): ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଖାରଜ କରିଛନ୍ତି । ତେବେ ଉକ୍ତ ମାମଲାରେ ତୁରନ୍ତ ଟ୍ରାଏଲ ଶେଷ କରିବା ପାଇଁ କୋର୍ଟ ନିମ୍ନ ଅଦାଲତକୁ ନିଦେ୍ର୍ଧଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ଅନୁପମ ରଥ ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ସୋରଡ଼ା ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ସହ ଏକ ବୋମା ବିସ୍ଫୋରଣ ଘଟଣାରେ ମାଓ ନେତା ସବ୍ୟସାଚୀଙ୍କ ସଂପୃକ୍ତି ଥିଲା । ତେବେ ଏ ନେଇ ପୁଲିସ ମାମଲା ରୁଜୁ କରିଥିଲା ।