ଜେଲ ଗଲେ ଓସ୍କାର ମୁଖ୍ୟ ଓ ଦୁଇ ନିଦେ୍ର୍ଧଶକ

May 5, 2018 - 14:14
 162
କଟକ,୫ା୫(ସକାଳଖବର): ରିମାଣ୍ଡ ଅବଧି ଶେଷ ହେବା ପରେ ଓସ୍କାର ଗ୍ରୁପ୍ ଅଫ୍ କମ୍ପାନିଜ୍ ମୁଖ୍ୟ ପ୍ରଭାସ ଚନ୍ଦ୍ର ରାଉତ, ନିଦେ୍ର୍ଧଶକ ମୁନା ପାତ୍ର ଓ କୀର୍ତ୍ତି ବସ୍ତିଆଙ୍କୁ ମହାରାଷ୍ଟ୍ର ପୁଣେ ପୁଲିସ ଶନିବାର ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର କରିବା ପରେ କୋର୍ଟ ଏହି ୩ ଅଭିଯୁକ୍ତଙ୍କୁ ଜେଲକୁ ପଠାଇ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଓସ୍କାର ସଂସ୍ଥା ବିରୋଧରେ ସ୍ଥାନୀୟ ଶିବଜୀନଗର ଏମପିଆଇଡି ସ୍ୱତନ୍ତ୍ର ଅଦାଲତରେ ମାମଲା ବିଚାରାଧୀନ ରହିଥିବା ବେଳେ ଏ ନେଇ ଓସ୍କାର ମୁଖ୍ୟ ଓ ନିଦେ୍ର୍ଧଶକଙ୍କୁ ଜେରା କରିବା ଜରୁରି ବୋଲି ଦର୍ଶାଇ ପୁଣେ ପୁଲିସ ପ୍ରଭାସ, ମୁନା ଓ କୀର୍ତ୍ତିଙ୍କୁ ୮ ଦିନ ପାଇଁ ରିମାଣ୍ଡରେ ନେଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଓସ୍କାର ଠକେଇ ମାମଲାରେ ନିଦେ୍ର୍ଧଶକ ମୁନାପାତ୍ର ୨୦୧୫ରେ ଗିରଫ ହୋଇଥିବା ବେଳେ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କୁ ୨୦୧୬, ଜୁନ୍ ୧୦ରେ କ୍ରାଇମ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ନୂଆ ଦିଲ୍ଲୀରୁ ଗିରଫ କରିଥିଲା । ଅନ୍ୟ ନିଦେ୍ର୍ଧଶକ ତାରା ପ୍ରସାଦ ହୋତା, କୀର୍ତ୍ତି ବସ୍ତିଆ ଓ ଅବନି ପଟ୍ଟନାୟକଙ୍କୁ ୨୦୧୬ ଜୁନ ମାସରେ ଗିରଫ କରାଯାଇଥିଲା । ପ୍ରଭାସ ଓ ଅନ୍ୟମାନଙ୍କୁ ବିଭିନ୍ନ ପର୍ଯ୍ୟାରେ କ୍ରାଇମ ବ୍ରାଞ୍ଚ ରିମାଣ୍ଡରେ ନେଇ ପଚରା ଉଚୁରା କରିଥିବା ବେଳେ ରାଜ୍ୟ ବାହାରେ ଗୁଜରାଟ ଓ ମହାରାଷ୍ଟ୍ରରେ ମଧ୍ୟ ଓସ୍କାର ଠକେଇ ଚେର ଲମ୍ବିଥିବା ଜଣା ପଡିଥିଲା । ଜନସାଧାରଣଙ୍କ ଠାରୁ ପ୍ରାୟ ୨୩୦ କୋଟି ଟଙ୍କା ଓସ୍କାର ଠକିଥିବା ଜଣାପଡିଥିଲା । ଶ୍ରୀ ରାଉତ ୪ଟି ଓଡ଼ିଆ ଚଳଚ୍ଚିତ୍ର ମଧ୍ୟ ଜମାକାରୀଙ୍କ ଟଙ୍କାରେ ନିର୍ମାଣ କରିଥିବା ତଦନ୍ତ ସମୟରେ ସ୍ପଷ୍ଟ ହୋଇଥିଲା । ଗତ ବର୍ଷ ମହାରାଷ୍ଟ୍ର ପୁଲସ୍ ଓ ଗୁଜରାଟ ପୁଲିସ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ପ୍ରଭାସ ଓ ଅନ୍ୟ ନିଦେ୍ର୍ଧଶକଙ୍କୁ ରିମାଣ୍ଡରେ ନେଇ ଜେରା କରିଥିଲା ।