ବିଳମ୍ବ ହେଲେ ବି ରାଜ୍ୟରେ ବଢିବ ସଂକ୍ରମଣ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Jan 4, 2022 - 07:25
 61
ବିଳମ୍ବ ହେଲେ ବି ରାଜ୍ୟରେ ବଢିବ ସଂକ୍ରମଣ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର ୦୪।୦୧ : ରାଜ୍ୟରେ ସଂକ୍ରମଣ ବଢିଛି, ଆଗକୁ ବି ସଂକ୍ରମଣ ବଢିବର ସମ୍ଭାବନା ରହିଛି l ଦେଶର ବିଭିନ୍ନ ସହରରେ ସଂକ୍ରମଣ ବଢିଛି । ସେହି ତୁଳନାରେ ଓଡିଶାରେ ସଂକ୍ରମଣ ବଢିବା ଆରମ୍ଭ କରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଅନ୍ୟରାଜ୍ୟ ବା ସହରରେ ସଂକ୍ରମଣ ବଢୁଛି । ସେହି ତୁଳନାରେ ଆମର ଏଠାରେ ସଂକ୍ରମଣ ଡେରିରେ ହେଲେ ମଧ୍ୟ ବଢିବାର ସମ୍ଭାବନା ଅଛି l ଯଦି ବି ବଢେ ଆମର ସମସ୍ତ ବ୍ୟବସ୍ଥା ପୂର୍ଵ ଦୁଇଟି ଲହର ପରି ରହିଛି । ସଠିକ ଟାଇମରେ ଆବଶ୍ୟକ ପଡିଲେ ଏହାକୁ କାର୍ଯକାରୀ କରାଯିବ l ସଂକ୍ରମଣ କମାଇବାକୁ ହେଲେ ଆମକୁ ସଜାଗ ହେବାକୁ ପଡିବ । ଏହା ସହ ଆମର ବ୍ୟବହାରରେ ପରିବର୍ତ୍ତନ କରିବାକୁ ପଡିବ l