୧୨ ହଜାର ଗଞ୍ଜେଇ ଗଛ ପୋଡ଼ାଗଲା

Dec 13, 2018 - 18:24
 164
୧୨ ହଜାର ଗଞ୍ଜେଇ ଗଛ ପୋଡ଼ାଗଲା
ଅନୁଗୋଳ ,୧୩/୧୨(ସକାଳଖବର): ଅନୁଗୋଳ ଜିଲାରେ ଗଞ୍ଜେଇ ଚାଷ କିଛି ବର୍ଷହେଲା ଥମି ଯାଇଥିବାବେଳେ ପୁଣି ଗଞ୍ଜେଇ ବ୍ୟବସାୟୀମାନେ ସକ୍ରିୟ ହୋଇପଡ଼ିଥିବା ଜଣାପଡ଼ିଛି । ଗାଁ ଗହଳିର କିଛି ଲୋକମାନଙ୍କୁ ଉସୁକାଇ ସରକାରୀ ଜାଗାରେ ଗଞ୍ଜେଇ ଚାଷ କରାଯାଉଥିବା ଖବର ଏବେ ଚିନ୍ତାର କାରଣ ହୋଇଛି । ତେବେ ଆଜି ଅବକାରୀ ବିଭାଗ,ପୋଲିସ ରାଜସ୍ୱ ବିଭାଗ. ବନବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରି ୪ ଏକର ଜଙ୍ଗଲ ଜମିରେ ଲାଗିଥିବା ୧୨ ହଜାରରୁ ଉଦ୍ଧ୍ୱର୍ ଗଞ୍ଜେଇ ଗଛ ପୋଡ଼ି ଦେଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶଯେ, ପୁରୁଣାକୋଟ ଥାନା ଅନ୍ତର୍ଗତ ଶରଧାପୁର ପଞ୍ଚାୟତର ବାଲିଜେରେଙ୍ଗ ଗାଁର ସରକାରୀ ଜଙ୍ଗଲ ଜମିରେ ପ୍ରାୟ ୧୨ ହଜାରରୁ ଉଦ୍ଧ୍ୱର୍ ଗଞ୍ଜେଇ ଗଛ ଲାଗିଥିଲା । ୪ ଏକର ବିଶିଷ୍ଟ ଜମିରେ ଲାଗିଥିବା ଗଞ୍ଜେଇ ଗଛ ସମ୍ପୂର୍ଣ୍ଣ ସରକାରୀ ଜଙ୍ଗଲ ଜମିରେ ବୋଲି ଜଣାପଡ଼ିଛି । ସୂଚନା ଯେ, ଅତି ଚତୁରତାର ସହିତ ସରକାରୀ ଜମିରେ ଗଞ୍ଜେଇ ଚାଷ କରି ଅଭିଯୁକ୍ତମାନେ ଖସି ଯିବାରେ ସଫଳ ହୋଇଛନ୍ତି ।