୧୦ରୁ ୫୦୦୦ ବିଜୟ ସଂକଳ୍ପ ବୈଠକ କରିବ ବିଜେପି

Mar 7, 2019 - 08:07
 144
ଭୁବନେଶ୍ୱର,୬/୩(ସକାଳଖବର): ଦୁଇଟି ନିର୍ଣ୍ଣାୟକ ମୁଦ୍ଧାକୁ ନେଇ ଭାରତୀୟ ଜନତା ପାର୍ଟି ଓଡିଶାରେ ପ୍ରଦେଶର ସାଢେ ୪ କୋଟି ସାଧାରଣ ଲୋକଙ୍କ ପାଖରେ ପହଚିଂବ । କେନ୍ଦ୍ରରେ ଆଉ ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଆଣିବା ଓ ଓଡିଶାକୁ ଦୀର୍ଘ୍ୟ ୧୯ ବର୍ଷ ଧରି ଶାସନ କରୁଥିବା ଏକ ଅପାରଗ ଏବଂ ସ୍ଥାଣୁ ସରକାରକୁ କ୍ଷମତାରୁ ଗାଦିଚୁ୍ୟତ କରିବା ପାଇଁ ଦୃଢ ସଙ୍କଳ୍ପ ଗୃହିିତ ହୋଇଛି । ଏହି ଲକ୍ଷ୍ୟରେ ଆଗାମି ୧୦ ତାରିଖଠାରୁ ୭ ଦିନ ଧରି ରାଜ୍ୟର ସମସ୍ତ ୧୪୭ ବିଧାନସଭା ନିର୍ବାଚନ କ୍ଷେତ୍ରରେ ୫୦୦୦ ବିଜୟ ସଂକଳ୍ପ ବୈଠକ ହେବ ବୋଲି ବିଜେପିର ବିଜୟ ସଂକଳ୍ପ ଯୋଜନା ବୈଠକ ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସମସ୍ତ ଦେଶବାସୀ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୫ ବର୍ଷ ଶାସନ କାଳରେ ଭାରତ ବର୍ଷକୁ ଏକ ବିଶ୍ୱଗୁରୁର ମାନ୍ୟତା ଦେବାର ପ୍ରକି୍ରୟା ଆରମ୍ଭ କରିଛନ୍ତି ଏବଂ ସେଥିରେ ସଫଳ ମଧ୍ୟ ହୋଇଛନ୍ତି । ଆଜି ସମଗ୍ର ବିଶ୍ୱ ଆଗରେ ଆମେ ଏକ ଅର୍ଥନୈତିକ ଶକ୍ତିରେ ଭାରତ ଉଭା ହୋଇଛି । ଅର୍ଥନୈତିକ ବିକାଶ ହୋଇ ଜିଡିପିରେ ବୃଦ୍ଧି ହୋଇଛି । ଅର୍ଥନିତିର ପ୍ରତିଟି କ୍ଷେତ୍ରରେ ଭାରତବର୍ଷ ଉଲ୍ଲେଖନୀୟ ପ୍ରଗତି କରିଛି । ଭାରତବର୍ଷ ଆଗାମୀ ପାଚଂ ବର୍ଷ ଭିତରେ ବିଶ୍ୱର ତୃତୀୟ ବୃହତ ଅର୍ଥନୈତିକ ବ୍ୟବସ୍ଥା ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ଦିଗରେ ଆଗେଇଛନ୍ତି । ଭାରତକୁ ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ସାଧାରଣ ଗରିବ ଘରର ପୁଅ ଓ ଝିଅମାନଙ୍କୁ ଚାକିରି ପାଇବା ପ୍ରକି୍ରୟା, ଫରେନ୍ ଡାଇରେକ୍ଟ ଇନ୍ଭେଷ୍ଟମେଟଂ ପ୍ରକି୍ରୟା ଆରମ୍ଭ କରିଥିଲେ ଏବଂ ମଧ୍ୟ ସଫଳ ମଧ୍ୟ ହୋଇଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଭାରତବର୍ଷ ଗରିବ ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଘରେ ଘରେ ସ୍ୱଚ୍ଚ ଇନ୍ଧନ ଉଜ୍ଜଳା ଗ୍ୟାସ ଯୋଜନା, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, କୃଷକ ସମ୍ମାନ ନିଧି ଯୋଜନା, ଶ୍ରମିକମାନଙ୍କ ପାଇଁ ମନଧନ ଯୋଜନା, ପ୍ରତିଟି ଘରେ ଘରେ ବିଜୁଳି ପହଚିଂବା ପାଇଁ ସୌଭାଗ୍ୟ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା ଭଳି ଅନେକ ଯୋଜନା ଆରମ୍ଭ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହାକୁ ପାଚଂ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରି ଗରିବ ଲୋକମାନଙ୍କ ଘରେ ବିକାଶ ଆଣିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।