ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ

Aug 13, 2019 - 18:01
 201
ନୂଆପଡା, ୧୩/୮(ସକାଳଖବର): ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ରାଜା ଆର୍ତତ୍ରାଣ ହାଇସ୍କୁଲ ଖେଳପଡିଆ ଠାରେ ଅନୁଷ୍ଠିତ ୧୨ ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ ମଙ୍ଗଲବାର ପଂଚମ ଦିନରେ ପହଂଚିଛି । ଆଜିର ମ୍ୟାଚ ବୋର୍ଡା ଓ ସତିଘାଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୋର୍ଡା ଦଳକୁ ସତିଘାଟ ଦଳ ୧-୦ ଗୋଲରେ ପରସ୍ତ କରି ବିଜୟୀ ହୋଇଥିଲେ । ଆଜି ମୁଖ୍ୟ ଅତିଥି ଭାବରେ କଲାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦାନ କରି ଖେଲ ଦ୍ୱାରା ଶାରୀରିକ ଓ ମାନସିକ ବିକାଶ ଘଟିଥାଏ ବୋଲି ପ୍ରକାଶ କରି ଖେଳାଳୀ ମାନଙ୍କୁ ଉସôାହିତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଖଡିଆଳର ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତି ଯୋଗଦାନ କରିଥିଲେ । ଏହି ଖେଳରେ ସ୍ୱର୍ଗତ ରାଜା ଅନୁପ ସିଂଦେଓଙ୍କ ନାତି ରାଜା ଅନୁପ ସିଂ ଦେଓ ମେମୋରିଆଲ ଟୁର୍ଣ୍ଣାମେଂଟର ସଭାପତି ଅଙ୍କିତ ସିଂ ଦେଓ ଅଧ୍ୟକ୍ଷତା କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ନୂଆପଡା ସମେତ ପଡୋଶୀ ବଲାଙ୍ଗିର ଓ କଲାହାଣ୍ଡି ଜିଲ୍ଲାର ୮ ଗୋଟି ପ୍ରମୁଖ ଦଳ ଯୋଗଦାନ କରିଥିବା ବେଳେ ଆସନ୍ତା ୧୫ ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ ।