ହାଇକୋର୍ଟରେ ପ୍ରଶାନ୍ତ ଦାସ ମାମଲାରେ ପୂର୍ଣ୍ଣଚ୍ଛେଦ

Jul 21, 2018 - 14:36
 177
ହାଇକୋର୍ଟରେ ପ୍ରଶାନ୍ତ ଦାସ ମାମଲାରେ ପୂର୍ଣ୍ଣଚ୍ଛେଦ
କଟକ,୨୧ା୭(ସକାଳଖବର): ୧୮ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଚାଲି ଆସିଥିବା ବହୁ ଚର୍ଚ୍ଚିତ ପ୍ରଶାନ୍ତ ଦାସ ମାମଲାର ହାଇକୋର୍ଟରେ ପୂର୍ଣ୍ଣଚ୍ଛେଦ ପଡିଛି । କଟକ ସହରର ନାନା ସମସ୍ୟା ସମାଧାନ ପାଇଁ ଦାୟର ମାମଲାର ଶୁଣାଣି ବେଳେ ହାଇକୋର୍ଟ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଧଶ ପ୍ରଦାନ କରିଥିଲେ । ଆବେଦନକାରୀ ପ୍ରଶାନ୍ତ ଦାସଙ୍କ ପକ୍ଷରୁ ରୁଜୁ ମୂଳ ମାମଲା ବିଚାରାଧୀନ ଥିବା ବେଳେ ସହରର ଯେ କୌଣସି ସମସ୍ୟା ସଂପର୍କରେ ଆବେଦନକାରୀମାନେ କେବଳ ମିସ୍ କେସ୍ ଦାୟର କରି ବିଭିନ୍ନ ପ୍ରସଙ୍ଗରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ । ଏଥି ସହିତ ହାଇକୋର୍ଟଙ୍କ ନିଦେ୍ର୍ଧଶ କାର୍ଯ୍ୟକାରୀ ନ ହେବା ପ୍ରସଙ୍ଗରେ ମଧ୍ୟ ମିସ୍କେସ୍ ଦାୟର କରାଯାଉଥିଲା । ତେବେ ଏହି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରନ ଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ପ୍ରକାଶ କରିଛନ୍ତି । ଗୋଟିଏ ମାମଲାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମିସ୍ କେସ୍ ଦାୟର ଦ୍ୱାରା ଉପଯୁକ୍ତ ଶୁଣାଣି ସମ୍ଭବ ହୋଇନପାରେ । ଏପରି ପରିସ୍ଥିତିରେ ସହର ସମସ୍ୟା ପ୍ରସଙ୍ଗକୁ ନେଇ ଆବେଦନକାରୀମାନେ ପୃଥକ ରିଟ୍ ଆବେଦନ ଆଇନ ଅନୁସାରେ ଦାୟର କରି ପାରିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି ।