୯ ଜଣଙ୍କୁ ଫାଶୀ ଦଣ୍ଡ ମାମଲାରେ ଶୁଣାଣି ୧୭ରେ

Aug 8, 2018 - 14:26
 186
୯ ଜଣଙ୍କୁ ଫାଶୀ ଦଣ୍ଡ ମାମଲାରେ ଶୁଣାଣି ୧୭ରେ
କଟକ,୮ା୮(ସଗାଳଖବର): ରାୟଗଡ଼ା ଜିଲା ଗୁଣୁପୁର ଅଞ୍ଚଳରେ ଗୁଣି ଗାରେଡ଼ି ସନେ୍ଦହରେ ଏକ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ୯ଜଣଙ୍କୁ ଫାଶୀ ଦଣ୍ଡାଦେଶ ମାମଲାରେ ବୁଧବାର ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ତାରିଖରେ ହେବା ପାଇଁ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ଆମିକସ କୁ୍ୟରୀ ଭାବେ ଆଇନଜୀବୀ ରତିକାନ୍ତ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।