ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ: ମେ ୨୩, ୩୦ ଜୁନ୍ ୬, ୧୨ରେ ଅବକାଶକାଳୀନ କୋର୍ଟ

May 17, 2018 - 14:46
 112
ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ: ମେ ୨୩, ୩୦ ଜୁନ୍ ୬, ୧୨ରେ ଅବକାଶକାଳୀନ କୋର୍ଟ
କଟକ,୧୭ ।୫(ସକାଳଖବର): ଓଡିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ମେ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅବକାଶ ପରେ ଆସନ୍ତା ଜୁନ୍ ୧୮ ତାରିଖରେ କୋର୍ଟ ଖୋଲିବ । କିନ୍ତୁ ଅବକାଶ ପୂର୍ବରୁ ମେ ୧୮ ତାରିଖ ଦିନ ଶେଷ କାର୍ଯ୍ୟ ଦିବସ ହୋଇଥିବାରୁ ଛୁଟି ୧୯ ତାରିଖରୁ ଆରମ୍ଭ ହେବ । ପ୍ରାୟ ଏକ ମାସର ଏହି ଛୁଟି ଭିତରେ ମେ ୨୩, ୩୦, ଜୁନ୍ ୬ ଓ ୧୨ ତାରିଖରେ ପୂର୍ବାହ୍ନ ୧୧ଟାରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରି ମାମଲା ଗୁଡିକର ଶୁଣାଣି କରିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ନୋଟସରେ ସୂଚନା ଦିଆଯାଇଛି । ମେ ୨୩ରେ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀ ଓ ଡକ୍ଟର ଜଷ୍ଟିସ ଡି.ପି ଚୌଧୁରୀ ଅବକାଶକାଳନୀ ଖଣ୍ଡପୀଠରେ ବସି ମାମଲା ଗୁଡିକର ଶୁଣାଣି କରିବେ । ସେହିଭଳି ମେ ୩୦ରେ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀ, ଜଷ୍ଟିସ ଏସ୍.କେ.ସାହୁ, ଜଷ୍ଟିସ କେ.ଆର୍.ମହାପାତ୍ର, ଜୁନ୍ ୬ରେ ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଜଷ୍ଟିସ ଏସ୍.କେ.ସାହୁ, ଜୁନ୍ ୧୨ରେ ଜଷ୍ଟିସ ଏସ୍.ସି.ପରିଜା ଓ ଡର ଜଷ୍ଟିସ ଏ.କେ.ରଥ ଅବକାଶକାଳୀନ ଖଣ୍ଡପୀଠରେ ବସି ଜରୁରି ମାମଲା ଗୁଡିକର ଶୁଣାଣି କରିବେ । ଗ୍ରୀଷ୍ମ ଅବକାଶ ସମୟରେ ମେ ୨୭, ଜୁନ୍ ୩, ୯, ୧୦, ୧୪, ୧୫ ଓ ୧୬ ତାରିଖରେ ହାଇକୋର୍ଟ କାର୍ଯାଳୟ ବନ୍ଦ ରହିବ । କାର୍ଯ୍ୟ ଦିବସ ଗୁଡିକରେ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଅଫିସ ଖୋଲା ରହିବ । ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ଦାୟର କରାଯାଇପାରିବ । ପୂର୍ବରୁ ବିଚାରାଧୀନ ମାମଲା ଗୁଡିକ ବରିଷ୍ଠ ଅବକାଶକାଳୀନ ବିଚାରପତିଙ୍କ ବିନା ଅନୁମତିରେ ଶୁଣାଣି ଲାଗି ତାଲିକାଭୁକ୍ତ ହୋଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ଗ୍ରୀଷ୍ମ ଅବକାଶ ସମୟରେ ଏଥର ଅବକାଶକାଳୀନ ଖଣ୍ଡପୀଠ ସହିତ ସ୍ୱତନ୍ତ୍ର ଖଣ୍ଡପୀଠ ବସି ବିଚାରାଧୀନ ଜେଲ କ୍ରିମିନାଲ ଅପିଲ ଓ କ୍ରିମିନାଲ ଅପିଲ ଗୁଡିକର ଶୁଣାଣି କରିବେ । ଜେଲରେ ୫ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ରହିଥିବା ଆବେଦନକାରୀଙ୍କ ଅପିଲ ଗୁଡିକ ସ୍ୱତନ୍ତ୍ର ଖଣ୍ଡପୀଠରେ ଶୁଣାଣି କରାଯିବ । ମେ ୨୩ରେ ଜଷ୍ଟିସ ଏସ୍.କେ ସାହୁ ଓ ଜଷ୍ଟିସ କେ.ଆର୍ ମହାପାତ୍ର, ମେ ୨୫ରେ ଜଷ୍ଟିସ ଏସ୍.କେ ସାହୁ, ଡକ୍ଟର ଜଷ୍ଟିସ ଡି.ପି ଚୌଧୁରୀ, ଜୁନ୍ ୪ରେ ଜଷ୍ଟିସ ବିଶ୍ୱଜିତ ମହାନ୍ତି ଓ ଜଷ୍ଟିସ ଏସ୍.କେ ସାହୁ ସ୍ୱତନ୍ତ୍ର ଖଣ୍ଡପୀଠରେ ବସି ମାମଲା ଗୁଡିକର ଶୁଣାଣି କରିବେ ।