ଓଡିଶାରେ ପୁଂଜି ଖଟାଇବାକୁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

Sep 12, 2018 - 18:49
 225
ଓଡିଶାରେ ପୁଂଜି ଖଟାଇବାକୁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨/୯ (ସକାଳଖବର):ବୁଧବାର ଦିଲ୍ଲୀରେ ମେକ୍ ଇନ୍ ଓଡିଶା ରୋଡ୍ ଶୋ ଓ ଇନଭେଷ୍ଟର ମିଟ୍ ରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ପୁଂଜିନିବେଶକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ୩୦୦ରୁ ଉର୍ଦ୍ଧ୍ୱ କମ୍ପାନୀର ଶିଳ୍ପପତି ଓ ମାଲିକ ମାନେଏଥିରେ ଯୋଗ ଦେଇଛନ୍ତି । ଆସନ୍ତା ନଭେମ୍ବର ମାସରେ ଓଡ଼ିଶାରେ ହେବାକୁଥିବା "ମେକ୍ ଇନ୍ ଓଡିଶା କନକ୍ଲେଭ' ର ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କ ସହ ସାମ୍ନାସାମ୍ନି ଆଲୋଚନା କରିଛନ୍ତି । ଏହାସହ ସେଠାରେ "ଇନଭେଷ୍ଟ ଓଡ଼ିଶା' ୱେବସାଇଟ୍ ମଧ୍ୟ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ସର୍ବଦା ଶିଳ୍ପକୁ ଗୁରୁତ୍ୱ ଦେଇଛନ୍ତି । ଯେଉଁଥି ପାଇଁ ୧୮ ବର୍ଷ ଧରି ସରକାର ଭିତିଭୂମି ଉପରେ ଫୋକସ ଦେଇଛନ୍ତି । ଶିଳ୍ପ ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ରହିଛି । ଓଡିଶା ସରକାର ଶିଳ୍ପ କ୍ଷେତ୍ରରେ ବିକାଶ ପାଇଁ ପୁଞ୍ଜି ନିବେଶ କରିବାକୁ ଗୁରୁତ୍ୱ ଦେଇଛନ୍ତି । ଯଦି ଓଡିଶାରେ ଅ ।ପଣାମନେ ପୁଞ୍ଜି ନିବେଶ କରୁଛନ୍ତି ତେବେ ଓଡ଼ିଶା ନିଶ୍ଚିତ ଭାବେ ପୂର୍ବ ଭାରତର "ମାନୁଫାକଚରିଂ' ହବ୍ ପାଲଟିବ ବୋଲି ଦୃଢ ବିଶ୍ୱାସ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବରୁ ମୁମ୍ବାଇରେ ଯେଉଁଭଳି ରୋଡ୍ ଶୋ ଜରିଆରେ ଶିଳ୍ପପତିଙ୍କୁ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ସେହିଭଳି ଦିଲ୍ଲୀରେ ମଧ୍ୟ ଶିଳ୍ପପତି ମାନଙ୍କୁ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି ।