ସୁରେଶ- ଜୟନାରାୟଣଙ୍କ ସଂପର୍କ ଗଣମାଧ୍ୟମ ଦ୍ୱାରା କଳୁଷିତ

Jun 1, 2018 - 10:59
 192
ସୁରେଶ- ଜୟନାରାୟଣଙ୍କ ସଂପର୍କ ଗଣମାଧ୍ୟମ ଦ୍ୱାରା କଳୁଷିତ
ଭୁବନେଶ୍ୱର, ୧/୬(ସକାଳଖବର) : ବିଜୁ ଜନତା ଦଳ ସହ ୯ ବର୍ଷ ସରକାରରେ ରହିବାର ଦଣ୍ଡ ବିଜେପି ଭୋଗୁଛି । ବିଜେଡ଼ିର ଖାଲି ମିତ୍ର ହେବାକୁ ନୁହେଁ, ବରଂ ଶତ୍ରୁ ହେବାର ଯୋଗ୍ୟତା ନାହିଁ । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏକଥା କହିଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ । ସେ କହିଲେଯେ, ବିଜେପୁରରେ ଦଳ କ’ଣ ପାଇଁ ପରାଜୟ ବରଣ କଲା ତାହାର କାରଣ ଖୋଜିବାକୁ ପଡ଼ିବ । ଯଦି ବିଜେପି ତାହାର କାରଣ ଖୋଜିବା ସହ ତଦନୁଯାୟୀ ରଣନୀତି କରେ ତେବେ ବିଜେପିକୁ କେହି ହରାଇପାରିବେ ନାହିଁ ବୋଲି ସୁରେଶ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ମହାନଦୀ ପ୍ରସଙ୍ଗରେ ସେ କହିଲେ ଯେ, ସେ ସବୁବେଳେ ମାଟି ସହ ଅଛନ୍ତି । ଓଡ଼ିଶାର ଚଷମାରେ ଦେଖିଲେ ଛତିଶଗଡ଼ ଭୁଲ କରିଛି । ଛତିଶଗଡ଼ ସହ ଲଢେ଼ଇ ପାଇଁ ସେ ସବୁବେଳେ ଆଗରେ ରହିବେ ବୋଲି ଶ୍ରୀ ପୂଜାରୀ କହିଛନ୍ତି । ଜୟନାରାୟଣ ମିଶ୍ରଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସେ କହିଲେ ଯେ, ସେ କେବେବି ଜୟ ନାରାୟଣଙ୍କ ବିରୋଧରେ କିଛି କହିନାହାନ୍ତି । ଦଳରେ ମତ ପାର୍ଥକ୍ୟ ରହିବା ଏକ ସ୍ୱାଭାବିକ କଥା । କିନ୍ତୁ ଗଣମାଧ୍ୟମ ତାହାକୁ ବଢେ଼ଇ ଚଢେ଼ଇ ଲେଖିଥାଏ ବୋଲି ସେ କହିଛନ୍ତି ।