ବରୀରେ ବିଜେପିର ପରିବର୍ତନ ଓ ମିଶ୍ରଣ ସମାବେଶ
ବରୀ , ୩୦/୧(ସକାଳଖବର): ରାଜ୍ୟ ବିଜେପିର ଆହ୍ୱାନକ୍ରମେ ମିଶନ ୧୨୦+ କରିବା ଆଭିମୁଖ୍ୟକୁ ନେଇ ବରୀ ର୍ନିବାଚନ ମଣ୍ଡଳୀରେ ବିଜେପି ତାର ଅଭିଯାନକୁ ଶାଣିତ କରିଛି । ବୁଧବାର ସେହି ପରିକ୍ଷେପୀରେ ବରୀ ନାଥପୁର ହୋରି ପଡିଆଠାରେ ବିଜେପି ତରଫରୁ ଏକ ଭବ୍ୟ ସମାବେଶ ଅ ।ୟୋଜନ କରାଯାଇଥିଲା । ଉକ୍ତ ସମାବେଶରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ହୋଇ ଯୋଗଦାନ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ବାଲିଆ ଶନିପଡିଆଠାରେ ହେଲିକପ୍ଟରରେ ଓହ୍ଲାଇଲା ପରେ ତାଙ୍କୁ ଏକ ଖୋଲା ଗାଡିରେ ବିରାଟ ଭବ୍ୟ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ଅଣାଯାଇଥିଲା । ସେ ତାଙ୍କ ଅଭିଭାଷଣରେ ଅନେକ କେନ୍ଦ୍ରୀୟ ଯୋଜନା ରାଜ୍ୟ ସରକାରଙ୍କ ଅସହଯୋଗ ହେତୁ ଓଡିଶାବାସୀ ଏହାର ସୁଫଳ ପାଇ ପାରୁନାହାଁନ୍ତି ବୋଲି ଅଭିଯୋଗ କରିଥିଲେ । ଏହାସହ ସେ ରାଜ୍ୟ ସରକାରଙ୍କୁ ସ୍ଥାଣୁ ଓ ଅପରାଗ ବୋଲି କହିଥିଲେ । ନିକଟରେ ଅଙ୍ଗାଳରେ ହୋଇଥିବା ·ଷୀ ଆତ୍ମହତ୍ୟା କଥା ଉଠାଇଥିଲେ । ସେହିପରି ବରୀରେ ଥିବା ପାନୀୟ ଜଳ ,ସ୍ୱାସ୍ଥ୍ୟ,ବିଜୁଳି ସମସ୍ୟାକୁ ନେଇ ବିଧାୟକଙ୍କୁ ନିଶାଣ କରିଥିଲେ । ଚିଟ୍ ଫଣ୍ଡ ଦୁର୍ନୀତି ଓ ଧାନର ଅଭାବୀ ବିକ୍ରି ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସଭା ପାରମ୍ଭରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଜେଡି ଓ କଂଗ୍ରେସର କିଛି ଆଗଧାଡିର ନେତା ବିଜେପିରେ ଯୋଗଦାନ କରିଥିଲେ । ଏହି ସଭାରେ ଆନୁମାନିକ ପନ୍ଦର ହଜାର ଲୋକ ହୋଇଥିଲେ ।
ପ୍ରକାଶଥାଉକି ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବରୀ ନିର୍ବାଚନ ମଣ୍ଡଳୀ ଦଖଲ କରିବା ବିଜେପିର ୧ନଂ ନିଶାଣରେ ରହିଛି । ଏହାର ପ୍ରାକ୍ ପ୍ରସ୍ତୁତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଗତ ତା୦୮.୦୫.୨୦୧୭ ରିଖ ଅ ।ମ୍ରପଲ୍ଲି ଶିକ୍ଷା ନିକେତନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗ ଦେଇ କହିଥିଲେ । ଏହି ସମୟରେ ସେ ବିଶ୍ୱରଂଜନ ମଲ୍ଲିକଙ୍କ ଘରକୁ ·ହା ପିଇବାକୁ ଯାଇ ଏହାର ମୁଳଭିତି ସ୍ଥାପନ କରିଥିଲେ । ସେତେବେଳେ ଏହା ଏକ ବଡ ଚର୍ଚ୍ଚାର ବିଷୟ ପାଲିଟିଥିଲା । ଏହାର ଠିକ୍ ଏକ ମାସପରେ ତା ୧୦.୦୬.୨୦୧୭ରିଖ ବରୀ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପଡିଆରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଉକ୍ତ ମିଶ୍ରଣ ପର୍ବରେ ବହୁ ସ୍ୱାଧିନ ସଂଗଠକ ତାଙ୍କର ସମସ୍ତ ସମର୍ଥକଙ୍କ ସହିତ ବିଜେପିରେ ଯୋଗଦାନ କରିଥିଲେ । ଏହାପରେ ବରୀ ବିଜେପି କାୟା ବିସ୍ତାର ଆରମ୍ଭ କରିଥିଲା । ବିଜେପି ତାର ଏରବାଙ୍କ ସମାବେଶରେ ଶକ୍ତି ପ୍ରଦର୍ଶନ କରି ୧୩୦୦୦ ରୁ ଅଧିକ ଜନସମାବେଶ କରି ତାର ଶକ୍ତି ପ୍ରଦର୍ଶନ କରି ସାରିଛି । ଏହାପରେ କ୍ରମାନ୍ୱୟରେ ମିଶ୍ରଣ ପର୍ବ ଜାରି ରଖି ବିଜେପି ତାର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଲୋକଙ୍କ ସ୍ୱାର୍ଥ,ସମସ୍ୟା ଜଡିତ କିଛି ଆନେ୍ଦାଳନ କରି ବ୍ଲକ ଓ ତହସିଲ ଘେରାଉ କରି ଲୋକଙ୍କ ନିକଟତର ହେବାକୁ ପ୍ରଚେଷ୍ଟା କରୁଛି । ଏହା ସହିତ ପ୍ରାୟତଃ ଏକମାସ ଜନସଂପର୍କ ପଦଯାତ୍ରା ଜାରି ରହିଛି । ଏହାମଧ୍ୟରେ କଂଗ୍ରେସ ମଧ୍ୟ ସଂଗଠିିତ ହେବାକୁ ପ୍ରଚେଷ୍ଟା କରୁଛି ।