ମାଓବାଦୀ ୫ ଗାଡି ପୋଡିଲେ, ଜଣଙ୍କୁ ହତ୍ୟା କଲେ

Jan 6, 2019 - 17:50
 173
ମାଓବାଦୀ ୫ ଗାଡି ପୋଡିଲେ, ଜଣଙ୍କୁ ହତ୍ୟା କଲେ
କନ୍ଧମାଳ, ୬/୧(ସକାଳଖବର): କନ୍ଧମାଳରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ଲାଲବାହିନୀ । ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରୁ ମାତ୍ର ୧୮ କି.ମି. ଦୂର ସୁଡୁ୍ରକୁମ୍ପା ପଂଚାୟତର ପାତିଆମ୍ବା ଅଂଚଳରେ ରାସ୍ତା କାମ କରୁଥିବା ଏକ ଠିକା କମ୍ପାନୀର ୫ଟି ଗାଡିକୁ ପୋଡି ଦେବା ସହିତ ଜଣେ ଗ୍ରାମବାସୀକୁ ପୋଲିସ ଇନଫର୍ମର ସନେ୍ଦହରେ ହତ୍ୟା କରିଛନ୍ତି ମାଓବାଦୀ । ମୃତ ବ୍ୟକ୍ତିଙ୍କ ନାମ ରବିନ୍ଦ୍ର ମଲ୍ଲିକ(୪୦) ଓ ସେ ସେହି ଠିକା କମ୍ପାନୀରେ ରାତ୍ରୀ ଜଗୁଆଳୀ ଭାବରେ କାର୍ଯ୍ୟ କରୁଥିବା ଜାଣାପଡିଛି । ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଏ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁସାରେ ଫୁଲବାଣୀ ସଦର ଥାନା ଅଂଚଳ ସୁଡୁ୍ରକୁମ୍ପା ଫାଣ୍ଡି ଅନ୍ତର୍ଗତ ପାତିଆମ୍ବାଠାରେ କାର୍ଯ୍ୟରତ ଥିବା ଏକ ଠିକା କମ୍ପାନୀର କ୍ୟାମ୍ପରେ ଶନିବାର ରାତ୍ରୀ ପ୍ରାୟ ୮ଟା ୩୦ ମିନିଟ ସମୟରେ ୨୦ରୁ୨୫ ଜଣ ସଶସ୍ତ୍ର ମାଓବାଦୀ ଆକ୍ରମଣ କରି ସେଠାରେ ଥିବା ୩ଟି ଟ୍ରାକ୍ଟର, ଗୋଟିଏ ରୋଡ ରୋଲର ଓ ଗୋଟିଏ ମିନି ଟ୍ରକକୁ ନିଆଁ ଲଗାଇ ପୋଡି ଦେଇଥିଲେ । ସେଠାରୁ ଫେରିବା ବାଟରେ ମାଓବାଦୀ ମାନେ ଏହି ଠିକା କମ୍ପାନୀରେ ରାତ୍ରୀ ଜଗୁଆଳୀ ଭାବରେ କାମ କରୁଥିବା ମଲିକପଡା ଗ୍ରାମର ରବିନ୍ଦ୍ର ମଲ୍ଲିକଙ୍କୁ ଉଠାଇନେଇ ତାଙ୍କୁ ନିସ୍ତୁକ ମାଡ ମାରିବା ସହିତ କ୍ୟାମ୍ପଠାରୁ ପ୍ରାୟ ଅଧା କି.ମି. ଦୂରରେ ଗୁଳି କରି ହତ୍ୟା କରିଥିଲେ । ସେଠାରେ ମାଓବାଦୀ ମାନେ ଏକ ହାତଲେଖା ପୋଷ୍ଟର ଛାଡି ଯାଇଛନ୍ତି । ସେଥିରେ ଗତ ମେ ମାସ ୧୩ ତାରିଖରେ ସୁଡୁ୍ରକୁମ୍ପା ଗାଡାଙ୍ଗି ଜଙ୍ଗଲରେ ପୋଲିସ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଥିଲା । ଏହାର ପ୍ରତିଶୋଧ ସ୍ୱରୂପ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ସେମାନେ ବିକାଶକୁ ବିରୋଧ କରୁ ନ ଥିଲେ ମଧ୍ୟ ପୋଲିସ ଓ ଠିକାଦାର ମାନେ ମିଳିମିଶି ବିପ୍ଳବୀ ମାନଙ୍କୁ ହତ୍ୟା କରୁଥିବାର ମାଓବାଦୀ କେକେବିଏନ ଡିଭିଜନ ପ୍ରତିବାଦ କରୁଛି ବୋଲି ମଧ୍ୟ ଉଲ୍ଲେଖ ରହିଛି ଏହି ପୋଷ୍ଟରରେ । ତେବେ ଏହାକୁ ମାଓବାଦୀ ମାନଙ୍କର ବିକାଶ ବିରୋଧି ହିଂସା ବୋଲି କହିବା ସହିତ ସେମାନେ ରବିନ୍ଦ୍ରକୁ ପୋଲିସ ଇନଫର୍ମର ସନେ୍ଦହରେ ହତ୍ୟା କରିଥିବା କହିଛନ୍ତି ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣ ଓଡିଆ ଥିଲେ । ହେଲେ ଏଥିରେ ମହିଳା କ୍ୟାଡରର ମାଓବାଦୀ ମାନଙ୍କର ସମ୍ପୃକ୍ତି ରହିଛି କି ନାହିିଁ ପ୍ରଶ୍ନର ଉତରରେ ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ଏସପି ଶ୍ରୀ ସିଂ । ପୋଲିସ ମୃତ ରବିନ୍ଦ୍ରର ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏ ସଂକ୍ରାନ୍ତରେ ଫୁଲବାଣୀ ସଦର ଥାନାରେ ଦୁଇଟି ମାମଲା ୨/୧୯, ୩/୧୯ରେ ରୁଜ୍ଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସେ କହିଛନ୍ତି । ଏପରିକି ମାମଲାରେ ଠିକା କମ୍ପାନୀର ମାଲିକଙ୍କ ସହିତ ଆଲୋଚନା କରି ପୋଲିସ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଚଳାଇଛି । ଅପରପକ୍ଷରେ ମେ ୧୩ ତାରିଖ ଏନକାଉଣ୍ଟର ପରଠାରୁ ସେହି ଅଂଚଳରେ ମାଓ ଗତିବିଧି ନ ଥିବା ପୁଲିସ କହିଥିଲେ ବି ପୁଲିସ ପାଇଁ ଗତକାଲିର ଏହି ଘଟଣା ଚିନ୍ତାର କାରଣ ହୋଇଛି । ପୁଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ସମ୍ପୃକ୍ତ ଅଂଚଳରେ ମାଓ ଗତିବିଧି ଉପରେ ନଜର ରଖିଛି । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କ ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ପ୍ରଦୀପ୍ତ